ବାଇପାସ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ମୁନିଗଡ଼ା,୧୮।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଟ୍ରାଫିକ ସମସ୍ୟା ଦୂର ଏବଂ ବାଇପାସ ରାସ୍ତା ନିର୍ମାଣ ପାଇଁ ମୁନିଗୁଡ଼ା ବିକାଶ ପରିଷଦ ପକ୍ଷରୁ ବାରମ୍ବାର ଜିଲାପାଳଙ୍କଠାରୁ ଆରମ୍ଭ କରି ରାଜନେତା ଏମ୍‌ପିଙ୍କୁ ଭେଟି ଜଣାଇଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଶେଷରେ ବ୍ଲକ ବିଜେଡି ସଭାପତି ତଥା ମନ୍ତ୍ରୀଙ୍କ ପ୍ରତିନିଧି ରତନଲାଲ ଜୈନଙ୍କ ଅନୁରୋଧ କ୍ରମେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଚିଠି ନଂ. ୬୮୫/୪.୧୦.୧୯ ମୁନିଗୁଡ଼ା ଲେବଲ କ୍ରସିଂଠାରୁ ବାଇପାସ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏନେଇ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି।