ବାଉଁଶକଣରେ ଭୟାବହ ଅଗ୍ନିକାଣ୍ଡ

ଭୁବନ, ୧।୩(ଡି.ଏନ.ଏ.) – ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ବାଉଁଶକଣ ଗ୍ରାମ ମାଟିଆ ସାହିରେ ଶୁକ୍ରବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୪ବଖରା ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ୫ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। ନିଅଁ। କିପରି ଲାଗିଲା ତାହା ଜଣାପଡ଼ିନାହିଁ। ତେବେ କେହି ଜଣେ ଉଦ୍ଦେଶ୍ୟମୂଳକ ଭାବେ ନିଅଁ। ଲଗାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।
ସମ୍ପୃକ୍ତ ପରିବାର ଲୋକେ ଖାଇସାରି ଶୋଇଥିବା ବେଳେ ହଠାତ୍‌ ନିଅଁ। ଲାଗି ଯାଇଥିଲା। ସମସ୍ତେ ଜୀବନ ବଞ୍ଚାଇବା ଲାଗି ପ୍ରାଣବିକଳରେ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲେ। ମାତ୍ର କେଇ ମିନିଟ ମଧ୍ୟରେ ନିଅଁ। ସବୁଆଡ଼େ ବ୍ୟାପି ଯାଇଥିଲା। ଫଳରେ କୌଣସି ସାମଗ୍ରୀ ଉଦ୍ଧାର କରିବା ସମ୍ଭବପର ହୋଇ ନ ଥିଲା। ପରିବାର ଲୋକେ ଚାହୁଁ ଚାହୁଁ ସବୁକିଛି କ୍ଷଣିକ ମଧ୍ୟରେ ନିଅଁ।ର ଅଁ। ଭିତରକୁ ଚାଲିଯାଇଥିଲା। ଏଥିରେ ଧନୁ ପଧାନଙ୍କ ୩ବଖରା, ମଦନ ପଧାନଙ୍କ ୨ବଖରା, କାର୍ତ୍ତିକ ପଧାନଙ୍କ ୩ବଖରା, ନାରାୟଣ ପଧାନଙ୍କ ୨ବଖରା, ଶରତ ପଧାନଙ୍କ ୨ବଖରା, ବିଶ୍ୱନାଥ ପଧାନଙ୍କ ୨ବଖରା ସମ୍ପୂର୍ଣ୍ଣ ଜଳିଯାଇଛି। ଟିଭି, ଫ୍ରିଜ୍‌, ଆସବାବପତ୍ର, ଖାଦ୍ୟଶସ୍ୟ ନଷ୍ଟ ହୋଇଯାଇଛି। ପିନ୍ଧିବା ଲୁଗା ଛଡ଼ା ସବୁକିଛି ହରାଇଛନ୍ତି ଅଗ୍ନିବିପନ୍ନ। ଏହି ଅଗ୍ନିକାଣ୍ଡ ବିଶ୍ୱନାଥଙ୍କ ପରିବାର ମୁଣ୍ଡରେ ଚଡ଼କ ପକାଇଛି। କାରଣ ଝିଅ ଭାରତୀଙ୍କ ବିବାହ ପାଇଁ ମାନସିକସ୍ତରରେ ପ୍ରସ୍ତୁତ ହେଉଥିଲେ ବିଶ୍ୱନାଥ। ଏହାକୁ ମାତ୍ର ୧୦ଦିନ ବାକି ଥିବାବେଳେ ପାଉଁଶ ହୋଇଯାଇଛି ସୁନାଗହଣା ସମେତ ସମସ୍ତ ମୂଲ୍ୟବାନ ସାମଗ୍ରୀ, ଯାହା ପରିବାର ପାଇଁ ଆଣିଦେଇଛି ଦାରୁଣ ଦୁଃଖ। ସୂଚନା ପାଇ ଭୁବନ ଅଗ୍ନିଶମ ବାହିନୀ ପହଞ୍ଚତ୍ ନିଅଁ।କୁ ଆୟତ୍ତ କରିଥିଲା। ଫଳରେ ଏକ ବଡ଼ ଧରଣର ଦୁର୍ଘଟଣାକୁ ଟାଳି ଦିଆଯାଇପାରିଛି, ନଚେତ୍‌ ନିଅଁ। ଅନ୍ୟ ଆଡ଼େ ବ୍ୟାପିବା ଆଶଙ୍କା ରହିଥିଲା।
ଶନିବାର ତହସିଲଦାର ଶକ୍ତିକାନ୍ତ ରାୟ କ୍ଷୟକ୍ଷତି ଆକଳନ କରିଛନ୍ତି। ବିଡିଓ ଆଶୀର୍ବାଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ସରପଞ୍ଚ ସନ୍ତୋଷ କୁମାର ଖୁଣ୍ଟିଆ ପହଞ୍ଚତ୍ ଅଗ୍ନିବିପନ୍ନ ପରିବାରକୁ ସମବେଦନା ଜଣାଇବା ସହ କ୍ଷତିଗ୍ରସ୍ତଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଛନ୍ତି। ସେହିପରି ତହସିଲ ପ୍ରଶାସନ ପକ୍ଷରୁ ପଲିଥିନ ପ୍ରଦାନ କରାଯାଇଛି। କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଏବଂ ବିଜୁ ପକ୍କାଘର ଯୋଜନାରେ ସାମିଲ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ନିଅଁ। ଜାଳିଦେଲା ବିଶ୍ୱନାଥଙ୍କ ଖୁସି

ଫେବୃୟାରୀ ୨୨ରେ ସରିଥିଲା ଝିଅ ଭାରତୀଙ୍କ ନିର୍ବନ୍ଧ। ମାର୍ଚ୍ଚ ୧୧ରେ ହୋଇଥାନ୍ତା ବାହାଘର। ଏହାକୁ ନେଇ ଦିନ ମଜୁରିଆ ବିଶ୍ୱନାଥଙ୍କ ଘରେ ସୃଷ୍ଟି ହୋଇଥିଲା ଖୁସିର ମାହୋଲ। ହେଲେ ସେସବୁ ନିମିଷକ ମଧ୍ୟରେ ହୋଇଯାଇଛି ଧୂଳିସାତ୍‌। ଦିନରାତି କଷ୍ଟ କରି ସଞ୍ଚତ୍ଥିବା ଟଙ୍କାରେ ସୁନାଗହଣା, କଂସାବାସନ, ଆସବାବପତ୍ର ସମେତ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ କିଣି ଘରେ ରଖିଥିଲେ । ସେସବୁ ନିଅଁାରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଝିଅ ବାହାଘରକୁ ମଝିରେ ମାତ୍ର ୧୦ଦିନ ଥିବାବେଳେ ଏବେ ବିଶ୍ୱନାଥ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଶନିବାର ପାଉଁଶ ତଳୁ ଲୁହ ଛଳଛଳ ଆଖିରେ ଭାରତୀ ଏବଂ ପରିବାର ଲୋକେ ଦରପୋଡ଼ା ସାମଗ୍ରୀ ସାଉଁଟୁଥିଲେ। ଏହି ଦୃଶ୍ୟ ସାଧାରଣ ଲୋକଙ୍କ ଆଖିରେ ଆଣିଦେଇଥିଲା ଲୁହ।
ଏ ନେଇ ବିଶ୍ୱନାଥ କୁହନ୍ତି, ଝିଅ ଭାରତୀଙ୍କ ବିବାହ ପାଲଲହଡ଼ାରେ ସ୍ଥିର ହୋଇଛି। ୨୨ରେ ନିର୍ବନ୍ଧ ସରିଥିଲା। ଆସନ୍ତା ୧୧ ତାରିଖରେ ବାହାଘର ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅଭାବୀ ଜୀବନ ଭିତରେ ପିମ୍ପୁଡ଼ି ଭଳି ସଞ୍ଚତ୍ଥିବା ଟଙ୍କାରେ ସବୁକିଛି କିଣାକିଣି ସରିଥିଲା। ଏଥିଲାଗି ଅନେକ ସ୍ଥାନରୁ ଧାରକରଜ ମଧ୍ୟ କରିଛନ୍ତି। ଏହି ବାହାଘରକୁ ନେଇ ସମସ୍ତେ ଖୁସି ଥିବାବେଳେ କିଛିକ୍ଷଣ ମଧ୍ୟରେ ସବୁକିଛି ଆଖି ଆଗରେ ଜଳିପୋଡ଼ି ଛାରଖାର ହୋଇଗଲା। ଏବେ ବାହାଘର କେମିତି ହେବ, ଏତେ ଟଙ୍କା କେମିତି ଯୋଗାଡ଼ ହେବ ସେହି ଚିନ୍ତା ବିଶ୍ୱନାଥଙ୍କୁ ଘାରିଛି। ଜୀବନରେ ଏହାଠାରୁ ବଡ଼ ଦୁଃଖ ଆଉ କିଛି ନାହିଁ ବୋଲି ସେ ଲୁହ ଛଳଛଳ ଆଖିରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରିର ତତ୍କାଳୀନ ଜିଲାପାଳଙ୍କ PA ଆତ୍ମହତ୍ୟା ମାମଲା: ଆଗୁଆ ଜାମିନ ଆବେଦନ ଖାରଜ

କଟକ,୨୫ା୪(କାର୍ତ୍ତିକ ସାହୁ/ପ୍ରଭୁ କଲ୍ୟାଣ ପାଲ୍‌): ମାଲକାନଗିରିର ତତ୍କାଳୀନ ଜିଲାପାଳ ମନିଷ ଅଗ୍ରୱାଲଙ୍କ ଅଡୁଆ ବଢ଼ିଛି। ବ୍ୟକ୍ତିଗତ ସହାୟକ ଆତ୍ମହତ୍ୟା ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ...

ଖରା, ଗୁଳୁଗୁଳି ପରେ କାଳବୈଶାଖୀ ଭୟ, ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୫ା୪(ଅନୁରାଧା ମହାରଣା)- ଆସନ୍ତା ୨ଦିନ ରାଜ୍ୟରେ ପ୍ରବଳ ଖରା ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ମାତ୍ର...

ଆରଏମସିରେ ପଡିଛି ୨୦୨ କୋଟି, ବିକାଶ ହେଉନି ମଣ୍ଡି ଭିତ୍ତିଭୂମି ଗଛମୂଳେ ଧାନ ବିକ୍ରି କରୁଛନ୍ତି ଚାଷୀ

ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ହେଉଥିବା ପ୍ରତ୍ୟେକ ଧାନ ସଂଗ୍ରହ ପ୍ରକ୍ରିୟାରେ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସାମିଲ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

Blast In Pakistan: ପାକିସ୍ତାନରେ ବଡ଼ ବିସ୍ଫୋରଣ: ବହୁ ଯବାନ ଶହୀଦ

ଇସଲାମବାଦ,୨୫।୪: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶର କ୍ୱେଟା ସହରର ମାର୍ଗେଟ ଅଞ୍ଚଳରେ ଶୁକ୍ରବାର ଏକ ଆଇଇଡି (ଇମ୍ପ୍ରୋଭାଇଜଡ ଏକ୍ସପ୍ଲୋସିଭ ଡିଭାଇସ) ବିସ୍ଫୋରଣରେ ଫ୍ରଣ୍ଟିୟର କନଷ୍ଟାବୁଲାରୀ (ଏଫସି)ର ୪...

ଖଲ୍ଲିକୋଟ ସହରରେ ମାତିଛନ୍ତି ଚୋର: ୧୫ ଦିନରେ ୭ ଘରୁ ନେଇଗଲେଣି ଲକ୍ଷାଧିକ ଟଙ୍କା, ସୁନାଗହଣା

ଖଲ୍ଲିକୋଟ,୨୫ା୪ (ପ୍ରଶାନ୍ତ କୁମାର ମିଶ୍ର):ଖଲ୍ଲିକୋଟ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଚୋରି ଘଟଣା। ପ୍ରତି ରାତିରେ ଏବେ ଚୋରି ହେଉଛି। ବୁଧବାର ରାତିରେ...

ଚମକାଇଲା ନୂଆ ତଥ୍ୟ, ଯୁଦ୍ଧ କଲେ ପାକିସ୍ତାନର ହାରିବା ଥୟ

ନୂଆଦିଲ୍ଲୀ,୨୫।୪:ପହଲଗାମ ଆତଙ୍କବାଦୀ ଆକ୍ରମଣ, ଇଣ୍ଡସ ଜଳ ଚୁକ୍ତିର ସ୍ଥଗିତ ରଖାଯିବା ଏବଂ ଭାରତ ସହ ବୃଦ୍ଧି ପାଉଥିବା ଉତ୍ତେଜନା ସହ ଆଇଏମଏଫ (IMF) ଦ୍ୱାରା ପାକିସ୍ତାନର...

କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ୍: ଡାକ୍ତରଖାନାରେ ଅନଶନ ଜାରି

ବରଗଡ଼, ୨୫।୪(ପ୍ରେମାନନ୍ଦ ଖମାରୀ) – ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ସମେତ ବିଭିନ୍ନ ଦାବି ନେଇ ବରଗଡ଼ ସହର ଉପକଣ୍ଠ ବୀରଛକରେ ଅନଶନରେ ବସିଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image