Advertisement

ବାଉଁଶବୁଦା ପଡ଼ି ମହିଳାଙ୍କ ମୃତ୍ୟୁ ଘଟଣା: ପ୍ରଶାସନର ସହାୟତା

ଲୋଇସିଂହା,୭ା୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ବୁର୍ଡା ଗ୍ରାମରେ କେତେକ ବ୍ୟକ୍ତି ଏକ ବାଉଁଶବୁଦା ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବାଉଁଶବୁଦା ଉପୁଡ଼ି ପଡ଼ିଥିଲା। ଫଳରେ ବୁଦାମୂଳେ ଆଶ୍ରୟ ନେଇଥିବା ସମସ୍ତେ ଚାପି ହୋଇ ଯାଇଥିଲେ। ଏଥିରେ ସୂର୍ଯ୍ୟକାନ୍ତି ନାମ୍ନୀ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଶନିବାର ଲୋଇସିଂହା ବିଡିଓ ରାମଚନ୍ଦ୍ର ଖଡ଼ିଆ ମୃତକଙ୍କ ଘରକୁ ଯାଇ ରେଡ୍‌କ୍ରସରୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା
ସହାୟତା ପ୍ରଦାନ କରିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share