Categories: ଭଦ୍ରକ

ବାଉଁଶ ବାନ୍ଧି ଗାଁ ରାସ୍ତା ବନ୍ଦ କଲେ ମହିଳା

ଭଦ୍ରକ ଅଫିସ, ୨୬ା୩- କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ନିୟମ କଡାକଡି କରାଯାଇଛି। ହେଲେ କଟକଣାକୁ ନ ମାନି କେତେକ ଲୋକ ଲକ୍‌ଡାଉନ ସମୟରେ ବାହାନା ଦେଖାଇ ବାହାରେ ବୁଲାବୁଲି କରୁଛନ୍ତି। ଏଥିରେ ରୋକ ଲଗାଇବା ପାଇଁ ଭଦ୍ରକ ସହର ଉପକଣ୍ଠ ଦଇସିଂ ପଞ୍ଚାୟତ ବଢ଼େଇଗଡିଆ ଗ୍ରାମର ବାସିନ୍ଦା ନିଜ ଆଡୁ ଉଦ୍ୟମ ଆରମ୍ଭ କରିଛନ୍ତି। ଅଙ୍ଗନୱାଡି କର୍ମୀ ପ୍ରଜ୍ଞାପାରମିତା ନାୟକଙ୍କ ଉଦ୍ୟମରେ ଗାଁର କେତେକ ମହିଳା ପ୍ରବେଶ ପଥରେ ବାଉଁଶ ବାନ୍ଧି ଲକ୍‌ଡାଉନ୍‌ କରିଛନ୍ତି। ଯେଭଳି ଗାଁକୁ କେହି ଆସିପାରିବେ ନାହିଁ କିମ୍ବା ଗାଁର କେହି ଲୋକ ଗାଁ ବାହାରକୁ ଯାଇପାରିବେ ନାହିଁ ସେଭଳି ବ୍ୟବସ୍ଥା କରାଯାଇଛି। ସେହିଭଳି ଭଦ୍ରକ ବ୍ଲକ ବାଣିତିଆ ଗାଁରେ ମଧ୍ୟ ଅନୁରୂପ ପ୍ରବେଶପଥରେ ବାଉଁଶ ଓ କଣ୍ଟା ପକାଇ ଯାତାୟାତ ବନ୍ଦ କରାଯାଇଛି।