ବାକି ଟଙ୍କା ମାଗିବାରୁ ମହିଳାଙ୍କୁ ମାଡ଼ ଅଭିଯୋଗ

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ଖଣ୍ଡପଡ଼ା ଥାନା ଅଧୀନ କଇଁଥପଲ୍ଲୀ ଗ୍ରାମର ଜଣେ ବିଧବା ମହିଳା ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ବାକି ଟଙ୍କା ମାଗିବାରୁ ସେ ଓ ତାଙ୍କ ମା’ ମାଡ଼ ମାରିଥିବା ନେଇ ବୁଧବାର ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ନାମ ଲବଙ୍ଗ ସ୍ବାଇଁ। କିଛି ମାସ ପୂର୍ବରୁ ଧାର ସୂତ୍ରରେ ୨୫ ହଜାର ଟଙ୍କା ନେଇଥିବା ମନୋଜ ପ୍ରଧାନଙ୍କୁ ବାକି ଟଙ୍କା ମାଗିବାର ସେ ଓ ତାଙ୍କ ମା ମିଶି ମାଡ଼ ମାରିଥିବା ନେଇ ଲବଙ୍ଗ ଖଣ୍ଡପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ କେସ୍‌ ନଂ.୧୪୦/୨୦୧୯ରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ୨ ଦିନ ତଳେ ମହିଳା ଧାର ଟଙ୍କା ଫେରାଇବାକୁ କହିବାରୁ ଗଣ୍ଡଗୋଳ ଘଟିଥିଲା। ଘଟଣା ଦିନ ଲବଙ୍ଗ ପୁଣି ଟଙ୍କା ମାଗିବାରୁ କ୍ରୋଧାନ୍ବିତ ହୋଇ ମନୋଜ ଓ ତାଙ୍କ ମା’ ଉଭୟେ ଗାଁ ମଝିରେ ସର୍ବସାଧାରଣଙ୍କ ସମ୍ମୁଖରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଲବଙ୍ଗଙ୍କ ପରିବାରବର୍ଗ ଦାବି କରି ନୟାଗଡ଼ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି।

Share