Categories: କଟକ

ବାଗଲପୁର, କଣ୍ଟାପଡ଼ାଠାରେ ମୁଖ୍ୟରାସ୍ତା ଲକଡାଉନ

କଣ୍ଟାପଡ଼ା,୨।୪(ଡି.ଏନ.ଏ.): ଦିଲ୍ଲୀ ନିଜାମୁଦ୍ଦିନ ଧର୍ମସଭାରେ କଟକ ଜିଲାରୁ ନମାଜି ଯୋଗ ଦେଇଥିବା ସମ୍ପର୍କରେ ଖବର ପ୍ରଚାରିତ ହେବାପରେ କଟକ ଜିଲାର ବିଭିନ୍ନ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଫଳରେ ଫୁଳନଖରା-ନିଆଳି ରାସ୍ତାର ବାଗଲପୁର ଓ କଣ୍ଟାପଡା ନିକଟରେ ମୁଖ୍ୟରାସ୍ତାକୁ ଜନସାଧାରଣ ଲକଡାଉନ କରିଛନ୍ତି। କେତେଜଣ ଯୁବକ ମନଇଚ୍ଛା କାମ ନ ଥାଇ ରାସ୍ତାରେ ଗାଡିଧରି ବୁଲିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା। ବୁଧବାର ଏହି ଅଞ୍ଚଳରେ ଲକଡାଉନକୁ ବେଖାତିର କରି ଲୋକମାନେ ଏଣେତେଣେ ବୁଲୁଥିବା ଦେଖାଯାଇଥିଲା। ଅପରପକ୍ଷେ ନିଜାମୁଦ୍ଦିନ ଘଟଣା ସାଧାରଣ ଲୋକଙ୍କୁ ଏପରି ନଷ୍ପତ୍ତି ନେବାକୁ ବାଧ୍ୟ କରିଥିଲା। ଏହି ଲକଡାଉନରେ ରୋଗୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଯାନ ବ୍ୟତୀତ ଅନ୍ୟମାନଙ୍କୁ ବିରୋଧ କରାଯିବ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଏହା ଫଳରେ ଫୁଲନଖରା ନିଆଳି ରାସ୍ତାରେ ଗୁରୁବାର ସକାଳୁ ଯାନବାହାନ ଚଳାଚନ ହ୍ରାସ ପାଇଛି।