ବାଗ୍‌ଦାଦିଙ୍କ ଏନ୍‌କାଉଣ୍ଟର ସମୟର ଭିଡ଼ିଓ ଏବଂ ଫଟୋ ଜାରି କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୩୧।୧୦: ଇସଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀ ସଂଗଠନ ମୁଖ୍ୟ ଅବୁ ବକର ଅଲ୍‌ ବାଗ୍‌ଦାଦିଙ୍କ ଏନ୍‌କାଉଣ୍ଟର ସମୟର ଭିଡ଼ିଓ ଏବଂ ଫଟୋ ପେଣ୍ଟାଗନ ପକ୍ଷରୁ ଜାରି କରାଯାଇଛି। କଳାଧଳାରେ ଏହି ଫଟୋ ପେଣ୍ଟାଗନ ଜାରି କରିଛି। ସିରିୟାର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ଇଦବିଲ୍‌ ପ୍ରଦେଶରେ ଅପରେଶନ୍‌ର ଫୁଟେଜ୍‌ ଏବେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଭିଡ଼ିଓରେ ହେଲିକପ୍ଟରରୁ ସୈନ୍ୟ ଓହ୍ଲାଇବା ସହିତ ସର୍ଚ୍ଚ ଅପରେଶନ୍‌ କରୁଥିବା ଦେଖିବାକୁ ମିଳୁଛି। ଅପରେଶନ୍‌ ସମ୍ପର୍କିତ ଅନ୍ୟ ଫଟୋ ଓ ଭିଡ଼ିଓ ଖୁବ୍‌ ଶୀଘ୍ର ପ୍ରକାଶ କରାଯିବ ବୋଲି ଆମେରିକା ମେରାଇନ୍‌ କର୍ପସ୍‌ ଜେନେରାଲ କେନ୍ନିଥ୍‌ ମ୍ୟାକ୍‌କେନଜାଇ ସୂଚନା ଦେଇଛନ୍ତି।

Share