Categories: ଫୁରସତ

ବାଘଙ୍କୁ ଦିଆଯାଉଛି ଗଛ ଚଢ଼ା ଟ୍ରେନିଂ

ଲଣ୍ଡନ, ୧୫।୩: ଇଂଲଣ୍ଡର ଜେଡ୍‌ଏସ୍‌ଏଲ୍‌ ହ୍ବିପ୍ସ୍‌ନାଡେ ଚିଡ଼ିଆଘରରେ ଥିବା ସାଇବେରିଆ ବାଘଙ୍କୁ ଗଛ ଚଢ଼ା ଟ୍ରେନିଂ ଦିଆଯାଉଛି। ଏହା ସହିତ ଶିକାର କିପରି କରିବାକୁ ହୋଇଥାଏ ସେନେଇ ଆବଶ୍ୟକ ଟ୍ରେନିଂ ବି ଦିଆଯାଉଛି। ଚିଡ଼ିଆଘରେ ରହି ରହି ବାଘ ବୋଟସ୍‌ମେନ୍‌ ଏବଂ ବାଘୁଣୀ ନାୟା ଦୀର୍ଘଦିନ ଧରି ରୋଗଗ୍ରସ୍ତ ଥିଲେ। ସେମାନେ ସୁସ୍ଥ ହେବାପରେ ସାଧାରଣ କାର୍ଯ୍ୟ କଳାପ ଭୁଲି ଯାଉଥିବାରୁ ଚିଡ଼ିଆଘର କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ବୋଟସ୍‌ମେନ୍‌ ଏବଂ ନାୟାଙ୍କ ସହିତ ଅନ୍ୟ ୨ ସାଇବେରିଆନ୍‌ ବାଘଙ୍କୁ ମଧ୍ୟ ଏଭଳି ଟ୍ରେନିଂ ଦିଆଯାଉଛି। ଏନକ୍ଲୋଜର ବାହାରେ ପ୍ରାକୃତିକ ପରିବେଶରେ ଏଭଳି କରିବା ଦ୍ୱାରା ବାଘଗୁଡ଼ିକର ବ୍ୟାୟାମ ହେବା ସହିତ ସେମାନେ ସୁସ୍ଥ ରହିପାରିବେ ବୋଲି ଚିଡ଼ିଆଘର କର୍ତ୍ତୃପକ୍ଷ କହିଛନ୍ତି।

Share