Categories: ଫୁରସତ

ବାଘ କାହିଁକି ହରିଣକୁ ସହଜରେ ଶିକାର କରିନିଏ ଜାଣନ୍ତି କି?

ବାଘର ଶିକାର ହେଉଛି ହରିଣ। ହରିଣଙ୍କୁ ବାଘ ଖୁବ୍‌ ସହଜରେ ଶିକାର କରିନିଏ। ଏହାର କାରଣ ଜାଣିଛନ୍ତି କି? ଆସନ୍ତୁ ଜାଣିବା….
ଇଂଲଣ୍ଡର ବୈଜ୍ଞାନିକ ଡ. ଫେନେଲଙ୍କ ଅନୁସାରେ ହରିଣ କେବଳ ନୀଳ ଏବଂ ସବୁଜ ରଙ୍ଗକୁ ଚିହ୍ନିପାରେ। ତେଣୁ ଏହାର ଫାଇଦା ଉଠାଇନିଏ ବାଘ। କାରଣ ବାଘର ରଙ୍ଗ କମଳା ବା ନାରଙ୍ଗୀ। ଯାହା ହରିଣକୁ ସବୁଜ ଦେଖାଯାଏ। ତେଣୁ ଶିକାରୀ ବାଘ ଆସୁଥିବା ବାରି ପାରେ ନାହିଁ। ଷ୍ଟିମିଲ୍ୟୁଟିଙ୍ଗ୍‌ ପରୀକ୍ଷା କରାଯିବାରୁ ଜଣାପଡ଼ିଛି, ଡାଇକ୍ରୋମେଟ୍‌ସ ଯୋଗୁ ହରିଣମାନେ ବିଶେଷକରି ଦୁଇଟି ରଙ୍ଗ ବାରିପାରନ୍ତି। ସେହିପରି ବାଘର ରଙ୍ଗ କାହିଁକି କମଳା ହୋଇଛି ଏନେଇ ଏକ ରିସର୍ଚ୍ଚ କରାଯାଇଥିଲା। ଫିୟୋମିଲେନିନ୍‌ ନାମକ ଏକ ରାସାୟନିକ ପଦାର୍ଥ ଯୋଗୁ ବାଘର ରଙ୍ଗ ନାରଙ୍ଗୀ ହୋଇଥାଏ। ବାଘ ମଧ୍ୟ ତିନୋଟି ରଙ୍ଗକୁ ସହଜରେ ଚିହ୍ନିପାରେ। ହଳଦିଆ, ସବୁଜ ଏବଂ ନୀଳ। ଯେଉଁଥି ପାଇଁ ଖୁବ୍‌ ସହଜରେ ସେ ହରିଣ ଶିକାର କରିବାରେ ସଫଳ ହୋଇଥାଏ।

Share