ବାଘ ଗୁଜବ: ନିରାଶରେ ଫେରିଲେ ବନ କର୍ମଚାରୀ

ତିହିଡ଼,୩୦ା୧୦(ଡି.ଏନ୍‌.ଏ.)- ଭଦ୍ରକ ଜିଲା ତିହିଡ଼ି ବ୍ଲକ ସୟା ପଞ୍ଚାୟତ ଅଧୀନ ମଥୁରାପୁର ଗ୍ରାମ ନିକଟସ୍ଥ କେନାଲ ଆଡ଼ିରେ ମଙ୍ଗଳବାର ସକାଳେ ଏକ ବାଘ ବୁଲୁଥିବା ଖବର ପ୍ରଚାରିତ ହୋଇଥିଲା। ଏଥିନେଇ ଗ୍ରାମବାସୀ ଓ ଆଖପାଖ ଅଞ୍ଚଳର ଲୋକେ ଆତଙ୍କିିତ ହୋଇପଡ଼ିଥିଲେ। ଖବର ପାଇ ପୋଲିସ ଏବଂ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଏହା ଗୁଜବ ବୋଲି ଜାଣିବାକୁ ପାଇ ନିରାଶ ହୋଇ ଫେରିଥିଲେ।
ସ୍ଥାନୀୟ ଗ୍ରାମବାସୀଙ୍କ ସୂତ୍ରରୁ ଜଣାଯାଇଛି ଯେ, ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତି ବିଲକୁ ଯାଇଥିବା ବେଳେ କେନାଲ ଆଡ଼ିରେ ବାଘ ସଦୃଶ ଏକ ପ୍ରାଣୀ ଦେଖିବାକୁ ପାଇଥିଲେ। ସେ ଭୟଭୀତ ହୋଇ ଗଁାକୁ ଫେରିଆସି ବାଘ ବୁଲୁଥିବା କହିିଥିଲେ। ପରେ ଗ୍ରାମବାସୀ ବନ ବିଭାଗ କର୍ମଚାରୀଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। ତିହିଡ଼ି ପୋଲିସ ଓ ବନ ବିଭାଗ କର୍ମଚାରୀ ମଥୁରାପୁର ଗ୍ରାମରେ ପହଞ୍ଚତ୍ କେନାଲ ନିକଟ ଘଞ୍ଚ ବୁଦାରେ ଖୋଜାଖୋଜି କରିଥିଲେ। ସେମାନେ ସେଠାରେ କୌଣସି ଏକ ପ୍ରାଣୀର ପାଦ ଚିହ୍ନ ଦେଖିବାକୁ ପାଇଥିଲେ। କର୍ମଚାରୀମାନେ ଏହି ପାଦଚିହ୍ନ ଦେଖି ଏହା ଫିସିଙ୍ଗ୍‌ କ୍ୟାଟ୍‌ର ବୋଲି କହିଥିବା ସୂଚନା ମିଳିଛି।