Categories: ଫୁରସତ

ବାଘ ଛୁଆର ନାମ ‘ହିମା’

ବେଙ୍ଗାଲୁରୁ: ଭାରତରେ ବାଘ ସଂଖ୍ୟା ବଢିଛି। ଏହା ଖୁସି ଖବର। ଆଉ ଏକ ଖୁସି ଖବର ହେଉଛି, ଏଇ ମାସରେ ୟୁରୋପିଆନ ରେସ୍‌ରେ ୫ଟି ଗୋଲ୍ଡ ଜିତିଥିବା ଆସାମର ହିମା ଦାସଙ୍କ ନାମରେ ଏକ ମହାବଳ ବାଘ ଛୁଆର ନାମ ରଖାଯାଇଛି। ବେଙ୍ଗାଲୁରୁ ବନ୍ନେରଘାଟ ବାୟୋଲୋଜିକାଲ ପାର୍କ ପକ୍ଷରୁ ଏଭଳି ନାମ ଦିଆଯାଇଛି। ବାଘଛୁଆକୁ ଏବେ ୬ମାସ। ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଉପଲକ୍ଷେ ଏହି ନାମକରଣ କରାଯାଇଛି ।

Share