ବାଙ୍କୀତିରା ଗ୍ରାମରେ ଡକାୟତି: ସ୍କୁଟି ସହ ଟଙ୍କା ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

ଖଇରା,୨୦।୩(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ସୋର-କୁପାରୀ ରାଜ୍ୟ ରାଜପଥ ପାର୍ଶ୍ୱ ବାଙ୍କୀତିରା ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଦୁର୍ବୃତ୍ତମାନେ ଗ୍ରାମର ମଧୁସୂଦନ ନାୟକଙ୍କ ଘର ଗ୍ରୀଲ ଭାଙ୍ଗି ଟଙ୍କା, ସ୍କୁଟି ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଶୁକ୍ରବାର ଅଭିଯୋଗ ହୋଇଛି। ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାନୁଯାୟୀ, ମଧୁସୂଦନଙ୍କ ଘରେ ବିଳମ୍ବିତ ରାତି ୨ଟା ସମୟରେ ୪ରୁ ୫ଜଣ ଦୁର୍ବୃତ୍ତ ଘର ଗ୍ରୀଲ ଓ କବାଟ ଶାବଳରେ ତାଡି ଘର ଭିତରକୁ ପଶିଥିଲେ। ପ୍ରଥମେ ଡକାୟତମାନେ ପରିବାର ମୁଖ୍ୟ ମଧୁସୂଦନଙ୍କୁ ଆକ୍ରମଣ କରିବା ସହ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏକ ଘରେ ପୂରାଇ କବାଟ କିଳିଦେଇ ଲକର୍‌ରେ ଥିବା ନଗଦ ୫୦ ହଜାର ଟଙ୍କା, ୧୦ ଭରିରୁ ଊଦ୍ଧର୍‌ବ ଗହଣା ଓ ଏକ ହିରୋ ସ୍କୁଟି ଲୁଟି ନେଇ ପଳାଇଥିଲେ। ଶୁକ୍ରବାର ସକାଳେ ପରିବାରଲୋକେ ଘର ଭିତରୁ ଡାକିବାରୁ ପଡୋଶୀମାନେ ଘରର କବାଟ ଖୋଲିଥିଲେ। ଏ ନେଇ ପରିବାରଲୋକେ ଖଇରା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଖଇରା ଆଇଆଇସି ସୁବ୍ରତ କୁମାର ବେହେରା ଏବଂ ତାଙ୍କ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଥିବା ପଚରାଉଚୁରା କରିଥିଲେ ା