ବାଙ୍କୀ ଡବଲ ମର୍ଡର ଘଟଣା: ଆଜି ବାଙ୍କୀ ନିର୍ବାଚନମଣ୍ଡଳୀ ବନ୍ଦ କରିବ କଂଗ୍ରେସ

ବାରଙ୍ଗ,୨୯।୨ (ଡି.ଏନ.ଏ): ବାଙ୍କୀରେ ହୋଇଥିବା ଡବଲମର୍ଡର ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚାହୁଁ ନାହିଁ। ରାଜନୈତିକ କାରଣ ସହ ରାଜନୀତି ଲୋକମାନଙ୍କର ସମ୍ପୃକ୍ତି ଏହି ହତ୍ୟାକାଣ୍ଡ ପରେ ରହିଛିି ବୋଲି ବାଙ୍କୀର ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟାନୟକ ଶୁକ୍ରବାର ବାରଙ୍ଗରେ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ଏହି ଘଟଣାର ପ୍ରତିବାଦରେ ଶନିବାର କଂଗ୍ରେସ ପକ୍ଷରୁ ବାଙ୍କୀ ନିର୍ବାଚନମଣ୍ଡଳୀ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଅନୁରୂପଭାବେ ବାରଙ୍ଗ ମଧ୍ୟ ବନ୍ଦ କରାଯିବ ବୋଲି ଘୋଷଣା କରାଯାଇଛି। ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ କଂଗ୍ରେସ ପକ୍ଷରୁ କରାଯିବାକୁ ଥିବାବେଳେ ସାଧାରଣ ନାଗରିକମାନଙ୍କଠାରୁ ବ୍ୟବସାୟୀ, ଶିକ୍ଷାନୁଷ୍ଠାନଗୁଡ଼ିକ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ଅରୁଣ କୁମାର ସାହୁ, ମଣ୍ଟୁ ମାଝି ପ୍ରମୁଖ ସ୍ଥାନୀୟ କଂଗ୍ରେସ ନେତାମାନେ ଉପସ୍ଥିତ ଥିଲେ।

Share