Categories: ଖେଳ

ବାଙ୍ଗାଲୋର ଏଫ୍‌ସିକୁ ଫେରିଲେ ଲିଙ୍ଗ୍‌ଦୋ

ବେଙ୍ଗାଲୁରୁ, ୧୮ା୬ (ପି.ଟି.)-ଏଟିକେ ସହିତ ଦୁଇ ସିଜନ ଅତିବାହିତ କରିବା ପରେ ୟୁଜେନସନ ଲିଙ୍ଗ୍‌ଦୋ ତାଙ୍କ ପୂର୍ବ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ପ୍ରତ୍ୟାବର୍ତ୍ତନ କରିଥିବା ସୋମବାର କ୍ଲବ ତରଫରୁ ଘୋଷଣା କରାଯାଇଛି। ଶିଲଂର ଏହି ମିଡ୍‌ଫିଲ୍‌ଡର ବର୍ଷିକିଆ ଚୁକ୍ତି କରିଛନ୍ତି। ୟଙ୍ଗଷ୍ଟର ପ୍ରଭସୁଖନ ସିଂ ଗିଲ୍‌ ଏବଂ ସୁରେଶ ଓ୍ବାଙ୍ଗଜାମ୍‌ଙ୍କ ପରେ କ୍ଲବ ଏହି ସିଜନ ପାଇଁ ୩୨ବର୍ଷୀୟ ଲିଙ୍ଗ୍‌ଦୋଙ୍କୁ ତୃତୀୟ ଭାରତୀୟ ଫୁଟ୍‌ବଲ ଖେଳାଳି ଭାବେ ଅନୁବନ୍ଧିତ କରିଛି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୧୭ ସଂସ୍କରଣରେ ଏହି ମିଡ୍‌ଫିଲ୍ଡର ପ୍ଲେମେକର ଥିଲେ।

Share