ବେଙ୍ଗାଲୁରୁ,୨୮ା୭(ପି.ଟି.): କର୍ନାଟକରେ ଭାଜପା ଗାଦିନସୀନ ହେବା ପରେ ଏବେ ବାଚସ୍ପତି କେ.ଆର୍. ରମେଶଙ୍କୁ ହଟାଇବା ଲାଗି ଅଭିଯାନକୁ ଜୋର୍ଦାର କରିଛି। ବାଚସ୍ପତି ଯଦି ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଭାଜପା ବିଚାର କରୁଛି। ଏନେଇ କେତେକ ଭାଜପା ବିଧାୟକ ମୁହଁ ଖୋଲିଛନ୍ତି। ପ୍ରଥମେ ସୋମବାର ଆସ୍ଥାଭୋଟ ଜିତିବା ପରେ ଆମେ ଅର୍ଥ ବିଲ୍କୁ ପାସ୍ କରିବୁ ବୋଲି ସେ କହିଛନ୍ତି। ତା’ପରେ ବାଚସ୍ପତିଙ୍କୁ ହଟାଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି ସେମାନେ କହିଛନ୍ତି।