ବାଚସ୍ପତିଙ୍କ ରୁଲିଂ ଦାବି କଲେ ବିରୋଧୀ

ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଜଗତସିଂହପୁର ଜିଲା ନୂଆଗାଁ ଅଞ୍ଚଳର ଏକ ଗ୍ରାମରେ ଜଣେ ଅନୁସୂଚିତ ଜାତି ଝିଅକୁ ଗଣବଳାତ୍କାର ହୋଇଥିବା ଖବର ଚର୍ଚ୍ଚାର କାରଣ ହୋଇଛି। ସୋମବାର ଏହାକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଗୋଟିଏ ଇଂରାଜୀ ଦୈନିକ ଖବରକାଗଜର ବାହାରିଥିବା ଏହି ଖବରକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଯଦି ସେହି ଖବର ସତ୍ୟ ହୋଇଥାଏ ତାହା ସାଂଘାତିକ ବୋଲି କହିଥିଲେ। ତେଣୁ ଏହି ସମ୍ବେଦନଶୀଳ ଘଟଣାରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଥିଲେ। ଭାଜପା ସଦସ୍ୟମାନେ ମଧ୍ୟ ନରସିଂହଙ୍କ କଥାରେ ହଁ ଭରିଥିଲେ। ଏହି ଘଟଣାରେ ବାଚସ୍ପତି ରୁଲିଂ ଦିଅନ୍ତୁ ବୋଲି ସମସ୍ତ ବିରୋଧୀ ସଦସ୍ୟ ଦାବି କରିଛନ୍ତି।

Share