Categories: ଜାତୀୟ

ବାଚସ୍ପତି ନିର୍ବାଚନରେ ଭାଗ ନେବନାହିଁ ଭାଜପା

ମୁମ୍ବାଇ,୧।୧୨: ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟରେ ଉଦ୍ଧବ ଠାକରେ ବାଜି ମାରିଲେ ସତ। ହେଲେ ରବିବାର ପୁଣି ଏକ ପରୀକ୍ଷା ଦେବେ ଉଦ୍ଧବ। ରବିବାର ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ହେଲେ ଏଥିରେ ଭାରତୀୟ ଜନତା ପାର୍ଟି(ଭାଜପା) ଭାଗ ନେବ ନାହିଁ ବୋଲି ଜଣାପଡିଛି। ମହାରାଷ୍ଟ୍ର ଭାଜପାର ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ ଏହି ସୂଚନା ଦେଇଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାଜପାର ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁଯାୟୀ ଭାଜପା ବାଚସ୍ପତି ଦୌଡରୁ ଓହରି ଆସିଛି। ଏଥିପାଇଁ ପୂର୍ବରୁ ଭାଜପାର କିଶାନ କାଠୋରେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ କଂଗ୍ରେସରୁ ନାନା ପଟୋଲେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ରବିବାର ୧୦ଟା ୩୦ ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହର ପାଇଁ ସମୟ ଥିବା ବେଳେ ଏବେ ଆଲୋଚନା ହେଲାଣି କି ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ନିର୍ବିରୋଧରେ ନିର୍ବାଚିତ ହେବେ।

Share