Categories: ଜାତୀୟ

ବାଚସ୍ପତି ପଦରୁ ହଟିଲେ ନିର୍ମଳ ସିଂ

ଜମ୍ମୁ,୧୮ା୧୧(ପି.ଟି.): ଜମ୍ମୁ-କଶ୍ମୀର ବିଧାନସଭା ବାଚସ୍ପତି ପଦରୁ ଭାଜପା ନେତା ନିର୍ମଳ ସିଂଙ୍କୁ ହଟାଇ ଦିଆଯାଇଛି। ବାଚସ୍ପତିଙ୍କ କାର୍ଯ୍ୟକାଳ ଶେଷ ହେଲା ବୋଲି ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ନେତୃତ୍ୱାଧୀନ ପ୍ରଶାସନ ଏକ ନୋଟିସ୍‌ ଜାରି କରିଛି। ପୂର୍ବରୁ ପ୍ରଚଳିତ ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ନିର୍ମଳଙ୍କୁ ବାଚସ୍ପତି ନିଯୁକ୍ତି ମିଳିଥିଲା। ଏବେ ଉକ୍ତ ସମ୍ବିଧାନ ରଦ୍ଦ ହୋଇଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ସହ ଜମ୍ମୁ-କଶ୍ମୀର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ବିଧାନସଭା ଭଙ୍ଗ ସତ୍ତ୍ୱେ ବାଚସ୍ପତି ପଦରେ ଭାଜପା ନେତା ରହିଥିବାରୁ ଏହାକୁ ନେଇ ନ୍ୟାଶନାଲ ପାନ୍ଥର୍ସ ପାର୍ଟି ସମେତ କେତେକ ଦଳ ପ୍ରଶ୍ନ ଉଠାଇଥିଲେ।

Share