ବାଜପେୟୀଙ୍କ କବିତା ମାଧ୍ୟମରେ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ମୋଦି

ନୂଆଦିଲ୍ଲୀ,୪।୪: କରୋନା ଭାଇରସ ସହ ଲଢ଼ିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି।ରବିବାର ରାତି ୯ଟା ୯ ମିନିଟରେ ସମସ୍ତେ ବିଜୁଳି ବତୀ ଲିଭାଇ ଦୀପ ଅବା ମହମବତୀ ଜାଳିବାକୁ ମୋଦି କହିଛନ୍ତି। ଶନିବାର ମୋଦି ଟୁଇଟ କରି ପୁଣିଥରେ ଦେଶବାସୀଙ୍କୁ ଦୀପ ଜଳାଇବାକୁ କହିଛନ୍ତି। ଏଥିରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କବିତାର ଏକ ଭିଡିଓ ଟୁଇଟ କରି ଆଓ ଦିୟା ଜଲାୟେ ବୋଲି ଲେଖିଛନ୍ତି।

Share