ବାଜପେୟୀ-କାଲାମଙ୍କ ସଫଳ ଉଦ୍ୟମ: ୨୨ ବର୍ଷ ତଳେ ଭାରତ ହୋଇଥିଲା ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର

ନୂଆଦିଲ୍ଲୀ,୧୦।୫: ପ୍ରତିବର୍ଷ ମେ ୧୧କୁ ଦେଶବ୍ୟାପି ରାଷ୍ଟ୍ରୀୟ ପ୍ରାଦୌଗିକ ଦିବସ ଭାବେ ପାଳନ କରାଯାଉଛି। ୨୨ ବର୍ଷ ତଳେ ୧୯୯୮ ମେ ୧୧ରେ ଭାରତ ରାଜସ୍ଥାନ ପୋଖରନ୍‌ ଆର୍ମି ଟେଷ୍ଟ ରେଞ୍ଚ୍‌ରେ ଶକ୍ତି-୧ ଆଣବିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା। ଏପରି କରି ଭାରତ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର ଭାବେ ପୃଥିବୀରେ ପରିଚିତି ହାସଲ କରିଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଏରୋସ୍ପେସ୍‌ ଇଞ୍ଜିନିୟର ତଥା ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କାଲାମଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇଥିଲା। ଏହାଦ୍ୱାରା ଭାରତ ଆଣବିକ ଶକ୍ତି କ୍ଷେତ୍ରରେ ଆମେରିକା, ରୁଷିଆ, ଫ୍ରାନ୍ସ, ବ୍ରିଟେନ୍‌ ଏବଂ ଚାଇନା ସମକ୍ଷକ ହୋଇପାରିଥିଲା। ସୂଚନାଯୋଗ୍ୟ, ୧୯୭୪ ମେରେ ମଧ୍ୟ ଏଠାରେ ଭାରତ ପକ୍ଷରୁ ଆଣବିକ ଶକ୍ତି ପରୀକ୍ଷଣ କରାଯାଇଥିଲା। ଏହାର କୋଡ୍‌ ନାମ ‘ସ୍ମାଇଲିଂ ବୁଦ୍ଧ’ ରଖାଯାଇଥିଲା।

Share