Categories: ଜାତୀୟ

ବାଜପେୟୀ ସରକାରଙ୍କ ସମୟରେ ମଧ୍ୟ ହୋଇଥିଲା ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ଯୋଜନା

ନୂଆଦିଲ୍ଲୀ,୧।୭: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ମଧ୍ୟ ପାକିସ୍ତାନ ପରେ ଏୟାର ଷ୍ଟ୍ରାଇକ୍‌ କରାଯିବାର ନିଷ୍ପତ୍ତି ହୋଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହାକୁ ରଦ୍ଦ କରାଯାଇଥିଲା। ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ଦ୍ୱାରା ରଚିତ ପୁସ୍ତକରେ ଏନେଇ ସୂଚନା ଦିଆଯାଇଛି। ୨୦୦୧ ଡିସେମ୍ବର ୧୩ରେ ପାର୍ଲାମେଣ୍ଟ ଉପରେ ହୋଇଥିବା ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନର ଆକ୍ରମଣ ପରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍‌ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିଲାଗି ଗ୍ବାଲିୟର ସ୍ଥିତ ସାମରିକ ଘାଟିରେ ମିରାଜ୍‌-୨୦୦୦ ଯୁଦ୍ଧ ବିମାନକୁ ପ୍ରସ୍ତୁତ ରଖାଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ଆକ୍ରମଣକୁ ରଦ୍ଦ କରି ଦିଆଯାଇଥିଲା। ସେହିପରି ‘ଅପରେଶନ୍‌ ପରାକ୍ରମ’ କୌଣସି ନିଦ୍ଦିଷ୍ଟ ଉଦ୍ଦେଶ୍ୟ ନେଇ ହୋଇ ନ ଥିଲା। ଫଳରେ ସୀମାରେ ମୁତୟନ ଥିବା ୭୯୮ ଯବାନ ଶହୀଦ୍‌ ହୋଇଥିବା ‘ ପ୍ରାଇମ୍‌ ମିନିଷ୍ଟର ଟୁ ରିମେମ୍ବର’ ପୁସ୍ତକରେ ସୁଶୀଲ କୁମାର ଦର୍ଶାଇଛନ୍ତି।

Share