ବାଜି ମାରିନେଲା ହାଉସ୍‌ଫୁଲ୍‌-୪

ଦୀପାବଳିରେ ରିଲିଜ୍‌ ହୋଇଥିବା ଅକ୍ଷୟ କୁମାରଙ୍କ ହାଉସ୍‌ଫୁଲ୍‌-୪ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଛି। ରିଲିଜର ୪ ଦିନ ଭିତରେ ଫିଲ୍ମଟି ୮୩ କୋଟି ଟଙ୍କା ଆୟ କରିଛି। ଅକ୍ଷୟଙ୍କ ମଲ୍ଟିଷ୍ଟାରର ଏହି ସିନେମା ପ୍ରଥମ ଦିନ ପାଖାପାଖି ୨୦ କୋଟି ଟଙ୍କା କଲେକ୍ସନ କରିଥିଲା। ଶୁକ୍ରବାର ଧନତେରସ ଅବସରରେ ରିଲିଜ ହୋଇଥିବାରୁ ‘ହାଉସ୍‌ଫୁଲ-୪’କୁ ଭଲ ଫାଇଦା ମିଳିଛି। ‘ହାଉସଫୁଲ୍‌-୪’ ସିନେମାରେ ଅକ୍ଷୟଙ୍କ ବ୍ୟତୀତ ରିତେଶ ଦେଶମୁଖ, ବବି ଦେଓଲ, କୃତି ସେନନ, କୃତି ଖରବନ୍ଦା, ପୂଜା ହେଗଡେ, ଚଙ୍କି ପାଣ୍ଡେ ଓ ଜନି ଲିଭର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ୧୪୧୯ରୁ ୨୦୧୯ ପର୍ଯ୍ୟନ୍ତ ଦେଇ ଗତି କରିଛି। ଏହି ଫିଲ୍ମରେ ସମସ୍ତ କଳାକାରଙ୍କୁ ରାଜା ମହାରାଜା ଅବତାରରୁ ଆରମ୍ଭ କରି ଆଧୁନିକ ଯୁଗର ମଣିଷ ଭାବେ ମଧ୍ୟ ଦେଖିବାକୁ ମିଳୁଛି। ଏଥର ଦୀପାବଳିରେ ତାପସୀ ପନ୍ନୁ ଓ ଭୂମି ପେଦନେକରଙ୍କ ‘ସାଣ୍ଡ କୀ ଆଖଁ’ ଓ ରାଜକୁମାର ରାଓଙ୍କ ଫିଲ୍ମ ‘ମେଡ ଇନ ଚାଇନା’ ରିଲିଜ ହୋଇଛି। କିନ୍ତୁ ଅକ୍ଷୟଙ୍କ ଫିଲ୍ମ ହାଉସ୍‌ଫୁଲ୍‌-୪ ବାଜି ମାରିନେଇଛି।

Share