ବାଜି ମାରିଲା ‘ରାଜି’

ମୁମ୍ବାଇ,୧୯।୯: ବଲିଉଡ୍‌ର ସବୁଠାରୁ ବଡ ଆଓ୍ବାର୍ଡ ମଧ୍ୟରେ ଗଣା ଯାଉଥିବା ଏକ ଆଓ୍ବାର୍ଡ ହେଉଛି ଇଣ୍ଟରନ୍ୟାଶନାଲ ଇଣ୍ଡିଆନ୍‌ ଫିଲ୍ମ ଏକାଡେମୀ ଆଓ୍ବାର୍ଡ ବା (ଆଇଆଇଏଫ୍‌ଏ) ଆଇଫା। ୨୦୧୯ ଆଇଫା ଆଓ୍ବାର୍ଡରେ ଏଥର ବାଜି ମାରିଛି ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରାଜି’। ଏହି ଫିଲ୍ମକୁ ବେଷ୍ଟ ଫିଲ୍ମ ଆଓ୍ବାର୍ଡ ମିଳିଥିବା ବେଳେ ଏଥିରେ ଅଭିନୟ କରିଥିବା ନାୟିକା ଆଲିଆ ଭଟ୍ଟଙ୍କୁ ବେଷ୍ଟ ଆକ୍ଟ୍ରେସ୍‌ ଆଓ୍ବାର୍ଡ ମଧ୍ୟ ମିଳିଛି। ଏଥିପାଇଁ ମୁମ୍ବାଇରେ ସେପ୍ଟେମ୍ବର ୧୬-୧୮ ପର୍ଯ୍ୟନ୍ତ ଇଭେଣ୍ଟ ଆୟୋଜନ କରାଯାଇଥିବା ବେଳେ ବୁଧବାର ଆଓ୍ବାର୍ଡ ସେରିମନି ହୋଇଥିଲା। ସେହିପରି ବେଷ୍ଟ ଆକ୍ଟର ଆଓ୍ବାର୍ଡ ପାଇଛନ୍ତି ପଦ୍ମାବତ ନାୟକ ରଣବୀର ସିଂ। ଫିଲ୍ମ ଅନ୍ଧାଧୁନ ପାଇଁ ଶ୍ରୀରାମ ରାଘବନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ହର୍ଷଦିପ କୌର ଓ ବିଭା ସରାଫ, ଗାୟକ ଭାବେ ଅରିଜିତ ସିଂଙ୍କୁ ମିଳିଛି ଆଇଫା ଆଓ୍ବାର୍ଡ। ବେଷ୍ଟ ଡେବ୍ୟୁ ମେଲ୍‌ ଭାବେ ଇଶାନ ଖଟ୍ଟର ଓ ଫିମେଲ ଡେବ୍ୟୁ ଭାବେ ସାରା ଅଲ୍ଲି ଖାଁ ହାତେଇଛନ୍ତି ଏହି ପୁରସ୍କାର।

Share