ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲରେ ଭୂତ ଭୟ: ହଷ୍ଟେଲ ଛାଡ଼ିଲେ ୫ ଛାତ୍ର

ଉଦଳା,୨୨।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଉଦଳା ଖଇରା ଥାନା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠ ହଷ୍ଟେଲର ୫ ଜଣ ଛାତ୍ର ରବିବାର ଭୋରରେ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି। ଭୂତ ବାହାରିଥିବା ଭୟରେ ସେମାନେ ହଷ୍ଟେଲ ଛାଡ଼ିଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ଛାତ୍ରମାନେ ଉଦଳା ବସ୍‌ ଷ୍ଟାଣ୍ଡ ଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ସନ୍ଦେହ ହେବାରୁ ସେମାନେ ଛାତ୍ରଙ୍କୁ ଅଟକାଇ ପଚାରିବାରୁ ସେମାନେ ଭୂତ ଭୟରେ ହଷ୍ଟେଲ ଛାଡିଥିବା କହିଥିଲେ। ପରେ ଛାତ୍ରମାନଙ୍କୁ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ତେବେ ଉଦ୍ଧାର ଛାତ୍ରମାନଙ୍କ ଘର ଉଦଳା ଥାନା ବଡ ସିଂଗାରିଆ ଅଞ୍ଚଳରେ ହୋଇଥିବା ବେଳେ ସେମାନେ ଉକ୍ତ ବିଦ୍ୟାଳୟରେ ଷଷ୍ଠ ଏବଂ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି।