Advertisement

ବାଟବନା ହେଇଛେ ଆବାସ ଯୋଜନା: ପଲିଥିନ ତଲେ ମୁଡ଼ ଗୁଁଜିଛନ୍‌ ୭ ପରାନୀ କୁଟୁମ

ଲାଠୋର,୨୬।୮(ଡି.ଏନ୍‌.ଏ.):  ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖି, ବାସହୀନ ପରିବାରମାନକୁ ପକାଘର ଯୁଗେଇ ଦିଆଯାଉଛେ ବଲି ଡିଂଗ୍‌ରା ପିଟୁଛନ୍‌। ହେଲେ ଦେଖ୍‌ବାକେ ଗଲେ ଅନେକ ଜାଗାରେ ପରଶାସନିକ ଅବହେଲାର ଲାଗି ଅନେକ ହକ୍‌ଦାର ହିତାଧିକାରୀ ଇ ସୁବିଧାରୁ ବଁଚିତ୍‌ ହେଉଛନ୍‌। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ତୁରେକେଲା ବ୍ଲକ ହଲନଭଟା ପଁଚେତ୍‌ ଅଧୀନ ଖର୍ଲି ଗାଁରେ।
ଗାଁର ସୁବନ ତାଣ୍ଡି ଜନ୍‌ମୁ ଭିନ୍ନକ୍ଷମ, ତାକର କାନ୍‌ ନାଇଁ ଶୁଭ୍‌ବାର। ପରିବାର କହେଲେ ମାଏକିନା ସୁମତି, ୪ ଝି’ ମହିମା, ଯଶୋବନ୍ତି, ରଶ୍ମିତା, ଦୁର୍ଗା ଆର ଦୁଇ ପୁଓ ନିଲ ଆର ନିଲାମ୍ବରକେ ନେଇ ସଁସାର। ୫୦ ଡେସିମିଲ ଜମିକେ ଛାଡ଼ିଦେଲେ ତାକର କିଛି ସଁପତି ନଁାଇଁନ। ପରିବାରରେ ସବୁବେଲେ ଅଭାବ ଅନାଟନ ଲାଗି ରହିଛେ। ବଡ଼ ଝି’ ମହିମାକେ ଧାର ଉଧାର କରି ବିହାଚୁରା କରିଛନ୍‌। ବଛରକ ୬ ମାସ ବାହାର ରାଏଜ୍‌କେ ଦାଦନ ଯାଉଥିଲାବେଲେ କାବି ୬ ମାସ କୁଟୁମବସିଆ ଗାଁରେ ଲୁକ୍‌କର କାମ୍‌ବୁତା କରି ଚଲୁଛନ୍‌। ଟଁକା ପଏସା ଅଭାବ୍‌ ଲାଗି ଝି’ ଯଶୋବନ୍ତି ଆର ରଶ୍ମିତା ଅଧାରୁ ପାଠ୍‌ପଢ଼ା ଛାଡ଼ି ମା’ବାପ୍‌କେ ରୁଜ୍‌ଗାର କରବାରେ ସାହାଯ୍‌ କରୁଛନ୍‌। ଝି’ ଦୁର୍ଗା ୪ର୍ଥ ଶ୍ରେଣୀରେ ପଢ଼ୁଥିଲାବେଲେ ୨ ପୁଓ ଭିତରୁ ନିଲାମ୍ବର ଅଙ୍ଗନଓ୍ବାଡିକେ ଯାଉଛେ। ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ। କୁଟୁମବସିଆ ଯାହା କମଉଛନ୍‌ ସେଟା ପରିବାରର ପେଟ୍‌କେ ହେଲେ ଦିହିକେ ନାଇଁ ଅଁଟ୍‌ବାର। ଏନ୍‌ତାଥି ଭଲ ଘରଖଁଡ଼େ ଅଭାବୁ ୭ ପରାନୀ କୁଟୁମ ଗୁଟେ ଭଂଗା ଦଦ୍‌ରା କୁରିଆରେ ମୁଡ଼ ଗୁଁଜିଛନ୍‌। ବରନ୍‌ଡାରେ ରଁଧାବଢ଼ା କାମ୍‌ ହେଉଛେ। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ସୁବନ ଫିବଛର ପଁଚେତ୍‌ରୁ ବ୍ଲକ ତକ୍‌ ଦଉଡୁଛନ୍‌। ବାବୁମାନକୁ ଭେଟି, ଗୁହାରି କରି ନିରାଶ ହେଉଛନ୍‌। ସେ ଯେନ୍‌ଘରେ ପରିବାର ଧରି ରହୁଛନ୍‌ ସେ ଘରଠାନୁ ଲୁକ୍‌କର ଗାଈ ଗୁହାଲ ଶହେ ଗୁନା ଭଲ। ଇ ବାବ୍‌ଦେ ହଲନଭଟା ପଁଚେତ୍‌ କାର୍ଯ୍ୟନିର୍ବାହୀ ଅଧ୍‌କାରୀ ଜୟସିଂ ମେହେରକୁଁ ପଚରାଲାରୁ ପରିବାରଟା ସରକାରକଁର ଏସ୍‌ଇସିସି ତାଲିକାରେ ସାମିଲ ନାଇଁ ହେଇପାରି। ଯେନ୍‌ଥିରଲାଗି ଆବାସ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌ ବଲି ସେ କହିଥିଲେ। ହେଲେ ଇ ଅଧ୍‌କାରୀକଁର ମତାମତକେ ନେଇ ହିତାଧିକାରୀ ଉଲଟିଆ ପ୍ରଶ୍ନ କରିଛନ୍‌। ଆମେ ମୁରୁଖ୍‌ ଲୋକ୍‌ ଆମେ ଜନଗଣନାରେ ସାମିଲ ନାଇଁହେଇ ପାରଲୁଁ, ହେଲେ ଗୁଟେ ଖାସ ଘର ଯୁଗେଇ ଦେବାରେ ପରଶାସକ କଏଁଯେ ବିଫଲ ହେଇଛନ ବଲି ସୁବନ ପ୍ରଶ୍ନ କରିଛନ୍‌।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share