ବାଟବନା ହେଇଛେ ଆମ ଗାଁ ଆମ ବିକାଶ ଯୋଜନା:ମଉଲିକ ସୁବିଧାରୁ ବଁଚିତ କୁଡ଼ାପଡ଼ାବାସୀ

ଜାମଟିକ୍ରା, ୧୮।୪ (ଡି.ଏନ.ଏ):  ଗାଁଗଁଲିର ବିକାଶ ଲାଗି ଚଲତି ବଛର ପଞ୍ଚାୟତିରାଜ ଦିବସଠାନୁ ରାଏଜ୍‌ ସରକାର ‘ଆମ ଗାଁ ଆମ ବିକାଶ’ କାଯ୍‌କରମ ଆରମ୍‌ କରିଛନ୍‌। ଇ କାଯ୍‌କରମ ଜରିଆରେ ମୁଖ୍ୟମନ୍ତ୍ରୀ ଭିନେ ଭିନେ ସମିଆରେ ନିରବାଚିତ ପଁଚେତ୍‌ ପରତିନିଧିମାନକର ସଂଗେ ଭିଡିଓ କନଫରେନ୍ସିଂରେ ଆଲୋଚନା କରି ବିକାଶମୂଲକ ପ୍ରକଳ୍ପମାନକର ଲାଗି ଟଁକା ମଞ୍ଜୁର କରୁଛନ୍‌। ହେଲେ ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ର ଖଲିଆପାଲି କୁଡ଼ାପଡ଼ା ଇ ସବୁ ବିକାଶମୂଲକ ଯୋଜନାର ବହୁତ ଦୂରେ ରହିଛେ।
ସୂଚନା ଅନ୍‌ସାରେ କୁଡ଼ାପଡ଼ାରେ ପାଖାପାଖି ୭୦ ପରିବାରର ୪ଶହ ଲୋକ୍‌ ବାସ୍‌ କରୁଛନ୍‌। ପଡ଼ାର ସବୁ ପରିବାର ଗରିବ୍‌ ଶ୍ରେଣୀର ହେଇଥିଲାବେଲେ ପରହର କାମ୍‌ବୁତା କରି ନିଜର କୁଟୁମ ପୁଷୁଛନ୍‌। ହେଲେ ଆଏଜ୍‌ତକ୍‌ ଇ ପଡ଼ାବାସୀ ଅନେକ ମଉଲିକ ସୁବିଧା ସୁଯୋଗରୁ ବଁଚିତ ହେଇଥିବାର ଜନାଯାଇଛେ। ଭୋଟ ବେଲେ ପଡ଼ାକେ ନେତା, ମନ୍ତ୍ରୀକର ଧାର ଲମୁଛେ, ସଭେ ହାତୀ ଦେମୁ, ଘୁଡ଼ା ଦେମୁ ବଲି ବଡ଼ ବଡ଼ କଥା ହାକୁଛନ୍‌। ହେଲେ ଭୋଟ ସଏଲେ ୫ ବଛର ତକ୍‌ ଆର କାହାରି ଦେଖା ଦରଶନ ନାଇଁ ମିଲବାର ବଲି ପଡ଼ାବାସୀ ଅଭିଯୋଗ କରିଛନ୍‌। ପଡ଼ାର ସବୁ ପରିବାର ଗରିବ୍‌ ଶ୍ରେଣୀର ହେଇଥିଲେ ବି ଆଏଜ୍‌ତକ୍‌ ସରକାରୀ ଯୋଜନାରେ କେହି ଘରଖଁଡ଼େ ନାଇଁ ପାଇପାରି। ସେନ୍‌ତା ପଡ଼ାରେ ସ୍ବଚ୍ଛ ଭାରତ ମିଶନ ଜରିଆରେ ପଡ଼ାରେ ୧୨ଟା ଘରେ ପାଇଖାନା ତିଆର ହେଇଛେ। ହେଲେ ଅତି ହଲକା କାମ୍‌ ଲାଗି ପାଇଖାନା ବେଭାର କରି ନାଇଁ ହେଉଥିବାର ଅଭିଯୋଗ ହେଉଛେ। ପଡ଼ାରେ ୨ ବଛର ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ବସିଛେ, ଘରମାନକେ ମିଟର ବସେଇ ତାର ଟନା ଯାଇଛେ। ହେଲେ ଆଏଜ୍‌ତକ୍‌ ବିଦ୍ୟୁତ ସଂଯୋଗ ନାଇଁ ହେଇପାରି। ଯେନ୍‌ଥିରଲାଗି ପଡ଼ାବାସୀ ଆଏଜ୍‌ବି ବେଲବୁଡ଼ଲେ ଡିବିରି, ଲାଲ୍‌ଟିନ ଜାଲି ରହୁଛନ୍‌। ପଡ଼ାର ଅନେକ ବୁଢ଼ାବୁଢ଼ୀ ଭତା ପାଏବାରୁ ବଁଚିତ ହେଇଥିଲାବେଲେ କେହି ହରିଶ୍ଚନ୍ଦ୍ର ଯୋଜନାର ଲାଭ ନାଇଁ ପାଇଥିବାର ଜନାଯାଇଛେ। ପଡ଼ାରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛେ ସତ୍‌ ହେଲେ ଆଏଜ୍‌ତକ୍‌ ପ୍ରାଥମିକ ବିଦ୍ୟାଲୟଟେ ଥାପନା ନାଇଁ ହେଇପାରି। ‘ଆମ ଗଁା ଆମ ବିକାଶ’ ଯୋଜନାରେ ପଡ଼ାକେ ଟଁକାଟେ ନାଇଁ ଆସିଥିବାର ଗଁାବାସୀ କହିଛନ୍‌। ପଡ଼ାର ସମସିଆ ବାବ୍‌ଦେ ପଡ଼ାବାସୀ ଅନେକ ଥର ଥାନୀୟ ସରପଁଚ୍‌, ବିଡିଓ ଆର ବିଧାୟିକାକୁଁ ଗୁହାରି କରି ନିରାଶ ହେଇଥିବାର ଗଣମାଧ୍ୟମ ଆଘେ ବଖାନିଛନ୍‌। ଇ ସବୁ ସମସିଆ ବାବ୍‌ଦେ ଥାନୀୟ ସରପଁଚ୍‌୍‌ ପୁଷ୍ପକାନ୍ତୀ ସେଠକୁଁ ପଚରାଲାରୁ ଯେତେ ଜଲଦି ହେବା ସମସିଆର ସମାଧାନ ଲାଗି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।