Categories: ଜାତୀୟ

ବାଟଲା ବାଣ କାରଖାନା ବିସ୍ଫୋରଣରେ ମୃତାହତଙ୍କ ପାଇଁ ସହାୟତା ଘୋଷଣା କଲେ ପଞ୍ଜାବ ସରକାର

ଗୁରୁଦାସପୁର,୪।୯: ପଞ୍ଜାବ ଗୁରୁଦାସପୁର ବାଟଲା ବାଣ କାରଖାନାରେ ବିସ୍ଫୋରଣ ଘଟି ବୁଧବାର ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମବେଦନା ଜ୍ଞାପନ କରିଛନ୍ତି। ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ୭ଜଣ ଗୁରୁତରଙ୍କ ଲାଗି ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

Share