ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ

ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍‌ ଦି ଚିଲଡ୍ରେନ୍‌ ସଂସ୍ଥା ଦ୍ୱାରା ପ୍ରକାଶିତ ‘ଦି ଏଣ୍ଡ ଅଫ୍‌ ଚାଇଲ୍ଡହୁଡ୍‌ ଇଣ୍ଡେକ୍ସ୍‌’ରେ ପ୍ରକାଶ ପାଇଛି। ସେଥି ମଧ୍ୟରୁ ୧୭୩ ଦେଶରେ ଶିଶୁଙ୍କ ସାଧାରଣ ସ୍ଥିତରେ ଗତ ୨୦ ବର୍ଷ ମଧ୍ୟରେ ୨୯ ପ୍ରତିଶତ ବିକାଶ ସମ୍ଭବ ହୋଇପାରିଛି। ଏହାଦ୍ୱାରା ୨୮ କୋଟି ଶିଶୁ ଏବେ ନିଜର ପିଲାଦିନ ଅନୁଭବ କରିବାକୁ ସକ୍ଷମ ହୋଇପାରୁଥିବା ରିପୋର୍ଟରେ ଦର୍ଶାଯାଇଛି। ଭାରତ ଏହି ତାଲିକା ପୂର୍ବବର୍ଷ ତୁଳନାରେ ଖରାପ ପ୍ରଦର୍ଶନ କରିଛି। ଏହାର ସ୍ଥାନ ପୂର୍ବରୁ ଶହେ ଥିବାବେଳେ ଏବେ ୧୧୩ରେ ପହଞ୍ଚିଛି। ୨୦୦୦ ମସିହା ତୁଳନାରେ ବିଶ୍ୱସ୍ତରରେ ଶିଶୁଙ୍କ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିବା କୁହାଯାଉଛି। ଆର୍ଥିକ ସ୍ଥିତି ଖରାପ ଯୋଗୁ ଶିଶୁଙ୍କ ପିଲାଦିନ ହଜିଯାଉଛି। ଶିଶୁମାନେ ୫ ବର୍ଷ ବୟସରେ ପାଠପଢ଼ା ଛାଡି ଶିଶୁ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା। ଏତେ କମ୍‌ ବୟସରେ ମଧ୍ୟ ସେମାନଙ୍କ ଉପରେ ପରିବାର ପାଳନ ଦାୟିତ୍ୱ ପଡୁଥିବା ଏହି ରିପୋର୍ଟ ଦର୍ଶାଯାଇଛି। ତାଲିକାରେ ଚାଇନା ୩୬ସ୍ଥାନରେ ଥିବାବେଳେ ମାଳଦ୍ୱୀପ ୫୪, ଶ୍ରୀଲଙ୍କା ୫୬ ସ୍ଥାନରେ ରହିଛନ୍ତି। ତାଲିକାରେ ଶ୍ରେଷ୍ଠ ୧୦ ସ୍ଥାନରେ ପଶ୍ଚିମ ୟୁରୋପର ୮ ଦେଶଥିବାବେଳେ ଏସିଆର ୨ ଦେଶ ରହିଛି। ଏସିଆର ସିଙ୍ଗାପୁର ଏବଂ ଦକ୍ଷିଣ କୋରିଆ ପ୍ରଥମ ୧୦ଟି ଦେଶ ମଧ୍ୟରେ ସ୍ଥାନୀୟତ ହୋଇଛନ୍ତି। ସେହିପରି ତାଲିକାର ଶେଷରେ ସେଣ୍ଟ୍ରାଲ ଆଫ୍ରିକାନ୍‌ ରିପବ୍ଲିକ୍‌ ରହିଛି।

Share