ବାଟ୍‌ଲା ହାଉସ୍‌ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ୍‌ ଆବ୍ରାହମ୍‌ଙ୍କ ଅପ୍‌ କମିଂ ଫିଲ୍ମ ‘ବାଟ୍‌ଲା ହାଉସ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ୨ ମିନିଟ୍‌ ୫୫ ସେକେଣ୍ଡର ଥିବା ଏହି ଟ୍ରେଲରକୁ ରିଲିଜ୍‌ ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଦର୍ଶକ ଦେଖିସାରିଲେଣି। ଏଥିରେ ଜନ୍‌ଙ୍କ ଦମ୍‌ଦାର ଆକ୍ସନ ଓ ଅଭିନୟ ଦେଖିବାକୁ ମିଳିଛି। ଫିଲ୍ମରେ ଜନ୍‌ ପୋଲିସ ଭୂମିକାରେ ଅଭିନୟ କରିଛନ୍ତି। ନିଖିଲ ଆଡଭାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜନ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦର୍ଶକ ଦେଖିପାରିବେ। ଏହି ଫିଲ୍ମ ୨୦୦୮ରେ ଦିଲ୍ଲୀର ଜାମିଆ ନଗରରେ ଘଟିଥିବା ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟରର ନିଚ୍ଛକ ଘଟଣା ଉପରେ ଆଧାରିତ। ଏହି ଏନ୍‌କାଉଣ୍ଟର ସେ ସମୟରେ ବହୁ ଚର୍ଚ୍ଚିତ ହୋଇଥିଲା। ଫିଲ୍ମଟି ଅଗଷ୍ଟ ୧୫ରେ ରିଲିଜ୍‌ ହେବାକୁ ଥିବା ବେଳେ ଫିଲ୍ମ ‘ମିଶନ ମଙ୍ଗଳ’କୁ କଡା ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି।

Share