Categories: ଫୁରସତ

ବାଟ ଭୁଲି ଜଙ୍ଗଲରେ ହଜିଗଲେ ମା’ଙ୍କ ସହ ୩ ସନ୍ତାନ, ୩୪ଦିନ ଫଳମୂଳ ଖାଇ ଜୀବନ ବଞ୍ଚାଇଲେ

ବୋଗୋଟା: କଲମ୍ବିଆର ଜଙ୍ଗଲରେ ଏକ ପରିବାର ଛୁଟି କଟାଇବାକୁ ଯାଇଥିବା ବେଳେ ମା’ ଏବଂ ୩ ସନ୍ତାନ ବାଟ ଭୁଲି ରହିଯାଇଥିଲେ। ଏମାନଙ୍କୁ ୩୪ ଦିନ ପରେ କଲମ୍ବିଆର ନାଭି ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ନୌସେନା କମାଣ୍ଡର ଜେନେରାଲ ସର୍ଜିୟୋ ଆଲଫ୍ରେଡୋ ସେରାନୋ କୁହନ୍ତି, ୪୦ ବର୍ଷୀୟା ଜଣେ ମହିଳାଙ୍କ ସହ ତାଙ୍କର ତିନି ସନ୍ତାନ ୧୯ ଡିସେମ୍ବରରେ ଛୁଟି କାଟିବା ପାଇଁ ଜଙ୍ଗଲକୁ ଆସିଥିଲେ। ତିନି ସନ୍ତାନଙ୍କ ବୟସ ଯଥାକ୍ରମେ, ୧୪, ୧୨ ଏବଂ ୧୦ ବର୍ଷ। ରାତି ହେବାରୁ ସେମାନେ ରାସ୍ତା ଭୁଲି କଲମ୍ବିଆ-ପେରୁ ସୀମାରେ ହଜି ଯାଇଥିଲେ। ତେଣୁ ଜଙ୍ଗଲରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ ପଡ଼ିଥିଲେ। ଅନ୍ୟ ଉପାୟ ନ ପାଇ ଶେଷରେ ଜଙ୍ଗଲରେ ଥିବା କୋଳି ଖାଇ, ପାଣି ପିଇ ଜୀବନ ବଞ୍ଚାଇଥିଲେ। ଜୀବଜନ୍ତୁଙ୍କ ଭୟରେ ରାତିରେ ଗଛ ଉପରେ ଆଶ୍ରୟ ନେଇଥିଲେ। ଅନ୍ୟପଟେ ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ନାଭି କର୍ମଚାରୀଙ୍କୁ ଜଣାଇଥିଲେ। ଏହା ପରେ ଖୋଜିବା ଅଭିଯାନ ଆରମ୍ଭ ହୋଇଥିଲା। ଶେଷରେ ୩୪ ଦିନ ପରେ ସେମାନଙ୍କୁ ନାଭିର କର୍ମଚାରୀମାନେ ଉଦ୍ଧାର କରିଥିଲେ।
କମାଣ୍ଡର ସୂଚନା ଦେଇଛନ୍ତି, ଉତ୍ତର-ପୂର୍ବ ପେରୁର ୟୁବିନାଟୋ ସେକ୍ଟର ଲା ଏସ୍‌ପେରେଞ୍ଜାର ଏକ ଗାଁରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଖାଇବା ଏବଂ ପାଣି ପିଇବା ପାଇଁ ଚାଲି ଚାଲି ପୁଟ୍ରୁମାଓ ନଦୀକୂଳରେ ପହଞ୍ଚଥିଲେ। ଏହା ପରେ ସେମାନେ ସେକୋୟା ସମ୍ପ୍ରଦାୟର ସଂସ୍ପର୍ଶରେ ଆସିଥିଲେ। ପେରୁର ଅଧିକାରୀମାନେ କଲମ୍ବିଆ ନୌସେନାଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।

Share