Advertisement

ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ

ପୁରୀ ଅଫିସ, ୯ା୮: ପବିତ୍ର ଶ୍ରାବଣ ଶୁକ୍ଳ ନବମୀ ତିଥିରେ ଶୁକ୍ରବାର ବାଡ଼ି ନୃସିଂହ ଶ୍ରୀକ୍ଷେତ୍ରର ଚାରି ଆଶ୍ରମ ବିଜେ କରିଛନ୍ତିି। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ନୃସିଂହ ଠାକୁର ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଝୁଲଣ ମଣ୍ଡପ ତଳେ ରହିଥିବା ବିମାନରେ ବିଜେ କରିଥିଲେ। ଏହାପରେ ନୃସିଂହ ଠାକୁର ଚାରି ଆଶ୍ରମ ଭ୍ରମଣରେ ବାହାରିଥିଲେ। ମାର୍କଣ୍ଡ ଆଶ୍ରମ, ଦୋଳମଣ୍ଡପ ସାହିସ୍ଥିତ ଅଙ୍ଗିରା, ବାଲିସାହିସ୍ଥିତ ପଣ୍ଡୁ ଓ ହରଚଣ୍ଡୀ ସାହିସ୍ଥିତି ଭୃଗୁ ଆଶ୍ରମକୁ ଯାଇଥିଲେ। ପ୍ରତ୍ୟେକ ଆଶ୍ରମରେ ଶୀତଳ ଭୋଗ ହୋଇଥିଲା। ଚାରି ଆଶ୍ରମ ପରିକ୍ରମା ପରେ ବିଭିନ୍ନ ସ୍ଥାନରେ ପନ୍ତି ଭୋଗ ଖାଇ ନୃସିଂହ ଠାକୁର ଶ୍ରୀମନ୍ଦିରକୁ ଫେରିଥିଲେ। ଏ ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କୁହନ୍ତି, ପୂର୍ବରୁ ରଥଯାତ୍ରା ପରେ ପରେ ପୁରୀ ସହରରେ ଝାଡ଼ା ବାନ୍ତି ବ୍ୟାପୁଥିବାରୁ ଏହାକୁ ବାଡ଼ି ରୋଗ କୁହାଯାଉଥିଲା। ଏହି ରୋଗ ବ୍ୟାପିବାରୁ ନୃସିଂହ ଠାକୁର ପୁରୀ ସହର ପରିକ୍ରମା କରିଥିଲେ। ସେବେଠାରୁ ଏହି ପରମ୍ପରା ରହିଆସିଛିି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel