Categories: ଜାତୀୟ

ବାଡ଼ ଖାଉଛି କ୍ଷେତ: ହାଫିଜ୍‌ ସଇଦ୍‌ଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩ ଏନ୍‌ଆଇଏ ଅଧିକାରୀଙ୍କ ବିରୋଧରେ କୋଟି କୋଟି ଟଙ୍କାର ଲାଞ୍ଚ ଅଭିଯୋଗ

ନୂଆଦିଲ୍ଲୀ,୨୦।୮: ଦେଶର ଆଇନ ବ୍ୟବସ୍ଥା ନେଇ ସାଧାରଣରେ ପ୍ରଶ୍ନ ଉଠିବାରେ ଲାଗିଛି। ବାଡ଼ କ୍ଷେତକୁ ଜଗିବା ବଦଳରେ ଖାଇ ଚାଲିିଛି। ଏବେ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କୁ ପାଣ୍ଠି ଯୋଗାଣ ମାମଲାରେ ୩ ଏନ୍‌ଆଇଏ ଅଧିକାରୀ କୋଟି କୋଟି ଟଙ୍କାର ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏସ୍‌ପି ମଧ୍ୟ ଥିବା କୁହାଯାଉଛି। ସେମାନଙ୍କ ମଧ୍ୟରୁ ଜଣେ ଅଧିକାରୀ ସମଝୋତା ଏକ୍ସପ୍ରେସ୍‌ ବିସ୍ଫୋରଣ ମାମଲାର ଯାଞ୍ଚ୍‌ କରୁଥିଲେ। ଅଭିଯୋଗ ମିଳିବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ଏନ୍‌ଆଇଏରୁ ବାହାର କରାଯାଇଥିବା କୁହାଯାଉଛି। ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଡିଆଇଜି ସ୍ତରୀୟ ଅଧିକାରୀଙ୍କ ଦ୍ୱାରା କରାଯିବ ବୋଲି ଏନ୍‌ଆଇଏ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସମ୍ପୃକ୍ତ ଅଧିକାରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ।

Share