Categories: ବାଣିଜ୍ୟ

ବାଣିଜ୍ୟ ନିଅଣ୍ଟ ୬ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ,୧୬-୬: ଦେଶର ରପ୍ତାନି ମେ’ରେ ୩.୯୩ ପ୍ରତିଶତ ବଢ଼ି ୩୦ ବିଲିୟନ ଡଲାରରେ ପହଞ୍ଚତ୍ୟାଇଛି। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ଜାରି ତଥ୍ୟ ଅନୁସାରେ ଇଲେକ୍ଟ୍ରୋନିକ୍ସ ଓ ରସାୟନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ଯୋଗୁ ରପ୍ତାନି ବୃଦ୍ଧି ପାଇଛି। ତେବେ ଏହି ସମୟରେ ବାଣିଜ୍ୟ ନିଅଣ୍ଟ ପରିମାଣ ୬ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ୟାଇଛି। ତଥ୍ୟ ଅନୁଯାୟୀ, ମେ’ରେ ଆମଦାନୀ ୪.୩୧ ପ୍ରତିଶତ ବଢ଼ି ୪୫.୩୫ ବିଲିୟନ ଡଲାର ହୋଇଛି। ଏହି ଅବଧିରେ ବାଣିଜ୍ୟ ନିଅଣ୍ଟ ବୃଦ୍ଧି ପାଇ ୧୫.୩୬ ବିଲିୟନ ଡଲାର ହୋଇଛି। ଗତବର୍ଷ ଏହି ସମୟରେ ବାଣିଜ୍ୟ ନିଅଣ୍ଟ ପରିମାଣ ୧୪.୬୨ ବିଲିୟନ ଡଲାର ଥିଲା। ଏହି ସମୟରେ ସୁନା ଆମଦାନୀ ୩୭.୪% ବୃଦ୍ଧି ପାଇଥିବା ବେଳେ ଅଶୋଧିତ ତେଲ ଆମଦାନୀ ୮.୨% ବଢ଼ିଥିବା ଦେଖିବାକୁ ମିଳିଥିଲା। ବିଶେଷଜ୍ଞଙ୍କ କହିବାନୁଯାୟୀ, ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା କାରଣରୁ ତେଲ ଆମଦାନୀ ପ୍ରଭାବିତ ହୋଇଛି। ତେବେ ୫୪.୯ପ୍ରତିଶତ ଅନ୍ୟ ଖାଦ୍ୟଶସ୍ୟ, ୨୦.୭% କାଜୁ, ୧୩.୭ ପ୍ରତିଶତ ଚାଉଳ, ୧୦.୬ ପ୍ରତିଶତ ମାଂସ ଓ ଡେଏରୀ ଉତ୍ପାଦ, ୫.୯ ପ୍ରତିଶତ ସାମୁଦ୍ରିକ ଉତ୍ପାଦ, ହ୍ୟାଣ୍ଡଲୁମ୍‌ ଓ ତୁଳା ବ୍ୟତୀତ ୩.୭୯ ପ୍ରତିଶତ ତମ୍ବାକୁ ଉତ୍ପାଦ ରପ୍ତାନି ହ୍ରାସ ପାଇଛି।

Share