Categories: ବାଣିଜ୍ୟ

ବାଣିିଜ୍ୟିକ ଋଣ କ୍ଷେତ୍ରରେ ମନ୍ଥରତା

ମୁମ୍ବାଇ,୧୮-୧୦: ଜୁନ୍‌ ତ୍ରୈମାସ ଶେଷ ସୁଦ୍ଧା ବାଣିଜି୍ୟକ ଋଣ ଚାହିଦା ୨.୬%କୁ ହ୍ରାସ ଘଟି ୬୩.୮୦ ଲକ୍ଷ କୋଟି ଟଙ୍କା ରହିଛି। ଅଣୁ, କ୍ଷୁଦ୍ର, ମଧ୍ୟମ ଏବଂ ମଧ୍ୟ ତଥା ବୃହତ୍ତ ଶିଳ୍ପସଂସ୍ଥାଗୁଡିକୁ ଋଣ ପ୍ରଦାନ ହାର ହ୍ରାସ ଘଟିଥିବା ସିଡବୀ ଏବଂ ଟ୍ରାନ୍ସ ୟୁନିୟନ ସିବିଲ ପକ୍ଷରୁ ହୋଇଥିବା ମିଳିତ ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ଋଣ ଯୋଗାଣ କ୍ଷେତ୍ରରେ ନିରନ୍ତର ହ୍ରାସ ହେବା ଦେଖାଯାଉଥିବାରୁ ଏହା ବିଷେଷଜ୍ଞଙ୍କ ଲାଗି ଚିନ୍ତାର କାରଣ ହୋଇଛି। ଏହି ସବୁ କ୍ଷେତ୍ରଗୁଡିକରେ ଅନାଦେୟ ଋଣ (ଏନ୍‌ପିଏ) ପରିମାଣ ବଢୁଥିବା ଦେଖାଯାଇଛି। ଚାହିଦା ହ୍ରାସ ହେବାରୁ ଶିଳ୍ପଗୁଡିକ ସେମାନଙ୍କ ପୂର୍ଣ୍ଣ କ୍ଷମତାକୁ ବ୍ୟବହାର କରିବାକୁ ସକ୍ଷମ ହେଉ ନାହାନ୍ତି। ଅଣୁ ଶିଳ୍ପଗୁଡିକର ଏନ୍‌ପିଏ ୮.୭% ବଢିଥିବା ବେଳେ ଏହା ଏମଏସ୍‌ଏମ୍‌ଇ କ୍ଷେତ୍ରରେ ୧୦.୬%, ମଧ୍ୟମ ବର୍ଗ କର୍ପୋରେଟ କ୍ଷେତ୍ରରେ ୧୭.୫% ଏବଂ ବଡ କର୍ପୋରେଟ କ୍ଷେତ୍ରରେ ୧୮.୧କୁ ବଢିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଅଟୋଶିଳ୍ପରେ ଗୁରୁତର ମାନ୍ଦାବସ୍ଥା ରହିଥିଲେ ମଧ୍ୟ ଅନ୍ୟ ଶିଳ୍ପ ତୁଳନାରେ ଏହି କ୍ଷେତ୍ରରେ ଋଣ ପରିମାଣ କମ୍‌ ରହିଛି ବୋଲି ଟ୍ରାନ୍ସୟୁନିୟନ ସିବିଲର ସିଇଓ ଶତୀଶ ପିଲାଇ କହିଛନ୍ତି।

Share