ବାଣୀବିହାର ପ୍ଲାଟିନମ୍‌ ଜୁବିଲି ଉଦ୍‌ଯାପନୀ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

ଭୁବନେଶ୍ୱର,୮।୧୨(ବ୍ୟୁରୋ): ବାଣୀବିହାରର ପ୍ଲାଟିନମ୍‌ ଜୁବିଲିିର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ତାଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷି ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ମଞ୍ଚାସୀନ ହୋଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ସ୍ବତନ୍ତ୍ର ସ୍ମରଣୀକାକୁ ଉନ୍ମୋଚନ କରିଛନ୍ତି।

ପ୍ରକାଶଯୋଗ୍ୟ, ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ରାଜଭବନ ଯାଇ ରାତ୍ରିଯାପନ କରିବା ପରେ ରବିବାର ପୂର୍ବାହ୍ନରେ ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟ ସମାରୋହରେ ଯୋଗଦେଇଛନ୍ତି। ସେଠାରୁ ରାଜଭବନ ଫେରି ସନ୍ଧ୍ୟା ୫ଟାରେ ସେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡ଼ିଛି।

Share