ବାଣୀବିହାର ହଷ୍ଟେଲ ବନ୍ଦ: ୨୪ ଘଣ୍ଟା ଭିତରେ ହଷ୍ଟେଲ ଛାଡିବାକୁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): କରୋନା ସତର୍କତା ପାଇଁ ପୂର୍ବରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରାଯାଇଥିବା ବେଳେ ସୋମବାର ଭୁବନେଶ୍ୱର ବାଣୀବିହାର ହଷ୍ଟେଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ହଷ୍ଟେଲ ଛାଡିବାକୁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ମିଡ୍‌ ସେମିଷ୍ଟର ପରୀକ୍ଷାକୁ ମଧ୍ୟ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଛନ୍ତି। ଏ ନେଇ ପିଜି କାଉନ୍‌ସିଲ୍‌ ଚେୟାରମ୍ୟାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Share