Categories: ଜାତୀୟ

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୧ ମୃତ

ଚେନ୍ନାଇ,୧୨।୨: ତାମିଲନାଡୁ ବିରୁଧନଗର ସ୍ଥିତ ଏକ ବାଣ କାରଖାନାରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ସମସ୍ତ ଆହତମାନଙ୍କୁ ଶିବକାଶୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଣ ତିଆରି କରିବା ପାଇଁ କେମିକାଲ ମିଶ୍ରଣ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ।

Share