Categories: ଜାତୀୟ

ବାଣ କାରଖାନାରେ ବିସ୍ଫୋରଣ

କୋଲକାତା,୩।୧: ପଶ୍ଚିମବଙ୍ଗ ନର୍ଥ ୨୪ ପ୍ରାଙ୍ଗଣା ଜିଲାର ନୌହାଟିରେ ଶୁକ୍ରବାର ଏକ ବାଣ କାରଖାନାରେ ହଠାତ୍‌ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୫ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ୫ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ ଏହି ବିସ୍ଫୋରଣର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Share