ବାଣ ଫୁଟି ନାବାଳକ ଗୁରୁତର

କେନ୍ଦୁଝର,୧୮।୧ (ସ୍ବ.ପ୍ର.): କ୍ରିକେଟ ଟୁର୍ନାମେଣ୍ଟ ଚାଲିଥିବା ବେଳେ ବାଣ ଫୁଟାଇବା ସମୟରେ ଜଣେ ନାବାଳକ ଗୁରୁତର ହୋଇଛନ୍ତି। ସେ ହେଲେ ରରୁଆଁ ଥାନା ଟିଙ୍ଗିରିଆ ଗ୍ରାମର ମନୋରଞ୍ଜନ ନାଏକଙ୍କ ପୁଅ ସୁମନ୍ତ କୁମାର ନାଏକ(୧୭)। ତାଙ୍କୁ ପ୍ରଥମେ ପରିବାରଲୋକେ ଶୁକୃଳି ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟଚ଼ିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

ମୟୁରଭଞ୍ଜ ଜିଲା ଟିଙ୍ଗିରିଆ ଗ୍ରାମରେ ଶୁକ୍ରବାର ସନ୍ଧ୍ୟା ୫ଟାବେଳେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିଲା । ଖେଳପଡ଼ିଆ ପରିସରରେ କେହି ବ୍ୟକ୍ତି ବାଣ ଫୁଟାଉଥିଲେ। ସେଠାକୁ ଖେଳ ଦେଖିବାକୁ ଯାଇଥିବା ସୁମନ୍ତଙ୍କ ପାଖରେ ଗୋଟିଏ ବାଣ ଫୁଟି ତାଙ୍କର ମୁଁହ ଓ ଓଠ ଫାଟିବା ସହ ହାତପାପୁଲି ରକ୍ତାକ୍ତ ହୋଇଥିଲା। ଅତିଗୁରୁତର ଅବସ୍ଥାରେ ପରିବାରଲୋକେ ତାଙ୍କୁ ପ୍ରଥମେ ଶୁକୃଳି ସାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କରଞ୍ଜିଆ ଡାକ୍ତରଖାନା ଓ ପରେ ରକ୍ତସ୍ରାବ ବନ୍ଦ ନ ହେବାରୁ ସେଠାରୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।