Categories: ଜାତୀୟ

ବାଣ ବିସ୍ଫୋରଣରେ ୬ ମୃତ

ଏଟା, ୨୨ା୯(ପି.ଟି.): ଉତ୍ତରପ୍ରଦେଶର ଏଟାସ୍ଥିତ ମିରହାଚି ପୋଲିସଷ୍ଟେଶନ ଅଞ୍ଚଳରେ ବାଣ ବିସ୍ଫୋରଣ ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୯ ଜଣ ଆହତ ମଧ୍ୟ ହୋଇଛନ୍ତି। ଏକ ଘରେ ବେଆଇନ ବାଣ ତିଆରି ଚାଲିଥିବାବେଳେ ଅସାବଧାନତା କାରଣରୁ ଏହା ବିସ୍ଫୋରଣ ହୋଇଥିଲା ବୋଲି ଶନିବାର ପୋଲିସ କହିଛି। ଟାକିଆର ନରେଶ ଓ ମୁନ୍ନୀଙ୍କ ଘରେ ଏହି ବିସ୍ଫୋରଣ ହୋଇଥିଲାବେଳେ ଅଞ୍ଜଳି(୧୧) ଓ ଶୀତଲ(୧୬) ନାମକ ଦୁଇ ନାବାଳିକାଙ୍କ ଘଟଣାସ୍ଥଳରେ ପ୍ରାଣହାନି ଘଟିଥିଲା। ମୋଟ ୬ ଜଣ ପ୍ରାଣ ହରାଇଥିବା ପୋଲିସ ଅଧିକାରୀ ନରେନ୍‌ ଦତ୍ତ ପ୍ରକାଶ କରିଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିବାବେଳେ ପୋଲିସ ତଦନ୍ତ ଜାରିରହିଛି।

Share