Advertisement

ବାଣ ବେପାର ନେଇ ଚିନ୍ତାରେ ବ୍ୟବସାୟୀ

ଆନନ୍ଦପୁର,୨୬।୧୦(ସ୍ବ.ପ୍ର.):କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ପକ୍ଷରୁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ବାଣ ବିକ୍ରି ପାଇଁ ଅନୁମତି ମିଳିଥିବା ବେଳେ ଜନବସତି ଠାରୁ ଦୂରରେ ମାତ୍ର ୪ଟି ସ୍ଥାନରେ ବାଣ ବିକ୍ରି ଦୋକାନକୁ ଅନୁମତି ମିଳିଛି। ତେବେ ଚଳିତବର୍ଷ ବାଣ ବେପାରକୁ ନେଇ ବ୍ୟବସାୟୀମାନେ ଚିନ୍ତାରେ ରହିଛନ୍ତି। ୩ ଧରି ଲଗାଣବର୍ଷା ବାଣ ବେପାରରେ ମାନ୍ଦାବସ୍ଥା ସୃଷ୍ଟି କରିଛି। ପୌରପରିଷଦ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ କେତେକ ବାଣ ବ୍ୟବସାୟୀ ସ୍ବାଗତ କରିଥିବା ବେଳେ ଆଉ କିଛି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦୀର୍ଘ ୪୦ ବର୍ଷ ହେବ ବାଣ ବ୍ୟବସାୟ କରିଆସୁଥିବା କାହ୍ନୁ ଚରଣ ସାହୁଙ୍କ ଦୁଇ ପୁଅ ମହେଶ୍ୱର ଏବଂ ଧବଳେଶ୍ୱର କୁହନ୍ତି, ଚଳିତ ବର୍ଷ ବେପାର ମାନ୍ଦା ଲାଗୁଥିଲେ ମଧ୍ୟ ଏହି ଦୁଇଦିନ ଭଲ ବେପାର ହେବ ବୋଲି ଆଶା ରଖିଛୁ। ସେହିପରି ଆନନ୍ଦପୁରର ବାଣ ବ୍ୟବସାୟୀ ବାଦଲ ଖୁଣ୍ଟିଆ କହିଛନ୍ତି, ବର୍ଷା ବେପାର ପ୍ରତି ମାନ୍ଦା ଆଣିଛି। ଏହି ଦୁଇ ଦିନରେ ସେମିତି କିଛି ବେପାର ହେବ ବୋଲି ଆଶା କରୁନି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share