ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ଦୁର୍ଘଟଣା: ବାରୁଦରେ ନିଆଁ ଲାଗି ୨ ଶିଶୁ ଗୁରୁତର

ଚାନ୍ଦବାଲି,୧୮ା୯(ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ସାମଗ୍ରୀ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟା ସମୟରେ ମଶା ଧୂପରୁ ବାରୁଦରେ ନିଅଁା ଲାଗିଯିବାରୁ ୨ ଜଣ ପିଲା ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ତିହିଡି ଓ ଭଦ୍ରକ ନିଆଯାଇ ପରେ କଟକ ସ୍ଥାନାନ୍ତର କରାଯାଇଛି ା ସେମାନଙ୍କ ମୁହଁ, ପାପୁଲି, ପାଦ ଓ ଦେହର ବିଭିନ୍ନ ଅଂଶ ପୋଡିଯାଇଛି ା ଆହତ ଦୁଇ ପିଲା ହେଲେ ସୁମନ୍ତ ବେହେରାଙ୍କ ପୁଅ ମନୋଜ(୪) ଓ ଅର୍ଜୁନ ସାହୁଙ୍କ ଝିଅ ଶୁଭଶ୍ରୀ(୫)। ରବିବାର ସକାଳେ ମତୋ ଫାଣ୍ଡି ଅଧିକାରୀ ବବ୍ରୂବାହାନ ନାୟକ ସଦଳବଳ ଯାଇ ସମ୍ପୃୃକ୍ତ ବାଣ କାରିଗରଙ୍କ ଘର ଓ ବାଣ ସାମଗ୍ରୀ ତିଆରି ହେଉଥିବା ଘରକୁ ସିଲ୍‌ କରି ପଚରା ଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଆଗାମୀ ଦୀପାବଳିକୁ ଆଖି ଆଗରେ ରଖି ବାଣ କାରିଗର ବିଷ୍ଣୁ ସାହୁ ଦକ୍ଷିଣ ସାହି ଗାଁର ନିଜ ଘର ପଛପଟେ ବାଣ ତିଆରି କରୁଥିଲେ ା ଗାଁର କେତେକ ଲୋକ ବାଣରେ ଲାଗୁଥିବା ବାରୁଦ ବୋଳା ସୂତା(ଦଅଣ) ତିଆରି କାମ ଠିକାରେ ନିଜ ଘରେ କରୁଥିଲେ ା ବାଣ କାରିଗରଙ୍କ ଘରଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ସୁମନ୍ତ ବେହେରା ବାଣ କାରିଗରଙ୍କଠାରୁ ବାରୁଦ, ସୁତୁଲି, ଅଠା ଓ କାଗଜ ଆଣି ନିଜ ଘରେ ଦଅଣ ତିଆରି କରୁଥିଲେ ା ସୋମବାର ସନ୍ଧ୍ୟା ସମୟରେ ସୁମନ୍ତଙ୍କ ଘର ଅଗଣାରେ ତାଙ୍କ ସ୍ତ୍ରୀ ଦଅଣ ପ୍ରସ୍ତୁତ କରୁଥିବା ବେଳେ ପୁଅ ମନୋଜ ଉପସ୍ଥିତ ଥିଲେ ା ମନୋଜଙ୍କ ସାଙ୍ଗ ପଡୋଶୀ ଘରର ଶୁଭଶ୍ରୀ କ’ଣ ତିଆରି ହେଉଛି ଦେଖିବାକୁ ସେଠାରେ ପହଞ୍ଚିିଥିଲେ ା ସୁମନ୍ତଙ୍କ ସ୍ତ୍ରୀ ସନ୍ଧ୍ୟା ଦୀପ ଲଗାଇବାକୁ ଘର ମଧ୍ୟକୁ ଯାଇଥିବା ବେଳେ ମଶା ଘଉଡାଇବା ପାଇଁ ଅଗଣାରେ ଦିଆ ଯାଇଥିବା ଧୂପରୁ ନିଆଁ ବାରୁଦରେ ଲାଗି ଯାଇଥିଲା ା ଘଟଣାସ୍ଥଳରେ ଉପସ୍ଥିତ ମନୋଜ ଓ ଶୁଭଶ୍ରୀଙ୍କ ଶରୀରରେ ନିଆଁ ଲାଗି ଅନେକ ଅଂଶ ପୋଡି ଯାଇଥିଲା ା ଏହି ଗ୍ରାମରେ କେତେକ ଅଣପଞ୍ଜୀକୃତ ବାଣ କାରିଗର ଥିବା ନେଇ ସୂଚନା ମିଳିଥିବାରୁ ଏ ନେଇ ତଦନ୍ତ ଜାରି ରହିଥିବା ପୋଲିସ କହିଛି।