Categories: ବାଣିଜ୍ୟ

ବାତିଲ ରହିବ ଟ୍ରେନ୍‌ ସେବା

ଭୁବନେଶ୍ୱର,୨୨-୩: ରବିବାର ‘ଜନତା କର୍ଫ୍ୟୁ’ ଲାଗି ବିଭିନ୍ନ ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ ବାତିଲ ରହିବ ବୋଲି ପୂର୍ବତଥ ରେଳପଥ ପକ୍ଷରୁ ସୂଚନା ରହିଛି। ପୂର୍ବତଟ ରେଳପଥ ଅଧୀନ ପୁରୀ, ଭୁବନେଶ୍ୱର, ସମ୍ବଲପୁର, ରାୟଗଡା, ବଲାଙ୍ଗୀର, ବିଶାଖାପାଟଣା ଭଳି ସ୍ଥାନଗୁଡିକରୁ ଯାତ୍ରା ଆରମ୍ଭ କରୁଥିବା ୩୩ ମେଲ୍‌ ଏବଂ ଏକ୍ସପ୍ରେସ୍‌ ସେବାକୁ ଏହି ସମୟ ମଧ୍ୟରେ ବାତିଲ କରାଯାଇଛି। ଏହାବାଦ୍‌ ୩୮ ଲୋକାଲ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ଏହି ଟ୍ରେନଗୁଡିକ ଭୁବନେଶ୍ୱର, ପୁରୀ, ଭଦ୍ରକ, ବ୍ରହ୍ମପୁର, ପଲାସା, କଟକ, ଖୋର୍ଦ୍ଧାରୋଡ, ପାରାଦୀପ, ମହୀପୁର, ତାଳଚେର, ଅନୁଗୋଳ, ବଲାଙ୍ଗୀର, ବିଛୁପାଲି, ଗୁଣପୁର, ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡ ଭଳି ସ୍ଥାନଗୁଡିକରୁ ଯାତ୍ରା ବନ୍ଦ ରହିବ।
ପୁରୀରୁ ବାହାରିବାକୁ ଥିବା ପୁରୀ-ଚେନ୍ନାଇ, ପୁରୀ-ହାଓଡା ଧଉଳ ଏବଂ ପୁରୀ-ସମ୍ବଲପୁର ଇଣ୍ଟରସିଟି ବାତିଲ ହେବ। ଏହାବାଦ୍‌ ଭୁବନେଶ୍ୱରରୁ ଯାତ୍ରା ଆରମ୍ଭ କରୁଥିବା ଭୁବନେଶ୍ୱର-ହାଓଡା ଜନଶତାଦ୍ଦୀ, ଭୁବନେଶ୍ୱର-ଆନନ୍ଦ ବିହାର ଓଡ଼ିଶା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ବାଙ୍ଗିରିପୋଷୀ ଏକ୍ସପ୍ରେସ, ଭୁବନେଶ୍ୱର-ବଲାଙ୍ଗୀର ଇଣ୍ଟରସିଟି, ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, ଭୁବନେଶ୍ୱର-ତିରୁପତି ଏକ୍ସପ୍ରେସ ମଧ୍ୟ ଏଥିରେ ସାମିଲ ରହିଛି। ସମ୍ବଲପୁରରୁ ବାହାରୁଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି, ସମ୍ବଲପୁର ରାୟଗଡା ଇଣ୍ଟରସିଟି, ସମ୍ବଲପୁର-ନାନ୍ଦେଦ ନାଗାବଳୀ ଏକ୍ସପ୍ରେସ ବାତିଲ କରାଯାଇଛି। ସେହିଭଳି ରାୟଗଡାରୁ ବାହାରୁଥିବା ରାୟଗଡା-ସମ୍ବଲପୁର ଇଣ୍ଟରସିଟି, ବଲାଙ୍ଗୀରଠାରୁ ବଲାଙ୍ଗୀର ଭୁବନେଶ୍ୱର ଇଣ୍ଟରସିଟି, ବିଶାଖାପାଟଣାରୁ ବାହାରୁଥିବା ବିଶାଖାପାଟଣା ଭୁବନେଶ୍ୱର, ବିଶାଖାପାଟଣା-ପାରାଦୀପ, ବିଶାଖାପାଟଣା-କିରାଣ୍ଡୁଲ ଏକ୍ସପ୍ରେସ ରବିବାର ବନ୍ଦ ରହିବ। ଏହାବାଦ୍‌ କିରାଣ୍ଡୁଲ- ବିଶାଖାପାଟଣା, ହାଓଡା-ପୁରୀ, ହାଓଡା-ଭୁବନେଶ୍ୱର ଜନଶତାଦ୍ଦୀକୁ ମଧ୍ୟ ବାତିଲ କରାଯାଇଛି।
ସୋମବାର ଲାଗି ଚେନ୍ନାଇ-ପୁରୀ, ବାଙ୍ଗାଲୋର-ଭୁବନେଶ୍ୱର ପ୍ରଶାନ୍ତି, ବାଙ୍ଗିରିପୋଷୀ- ଭୁବନେଶ୍ୱର ଏକ୍ସପ୍ରେସ, ନାନ୍ଦେଦ- ସମ୍ବଲପୁର ନାଗାବଳି ଏକ୍ସପ୍ରେସ, ତିରୁପତି- ଭୁବନେଶ୍ୱର ଏକ୍ସପ୍ରେସ, ୨୪ ତାରିଖ ଲାଗି ଆନନ୍ଦବିହାର -ଭୁବନେଶ୍ୱର ଏକ୍ସପ୍ରେସ, ୨୫ ତାରିଖ ଲାଗି ପାରାଦୀପ- ବିଶାଖାପାଟଣା ଏକ୍ସପ୍ରେସ ବାତିଲ କରାଯାଇଛି। ୪ ଟ୍ରେନର ସମୟ ସୀମାରେ ପରିବର୍ତ୍ତନ କରାଯାଇଛି।

Share