Categories: ଖେଳ

ବାତିଲ ହୋଇାପାରେ ଚାଇନିଜ ଗ୍ରାଁ ପ୍ରି

ବାକୁ,୧୨।୨- ଆସନ୍ତା ଏପ୍ରିଲ ୧୯ ତାରିଖରେ ହେବାକୁ ଥିବା ଚାଇନିଜ ଗ୍ରାଁ ପ୍ରି ସମ୍ଭବତଃ ବାତିଲ ହୋଇପାରେ। ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଥିବାରୁ ଏଭଳି ସମ୍ଭବାନା ଉପଜିଥିବା ଫର୍ମୁଲା ଓ୍ବାନ ମୁଖ୍ୟ ଚେଜ କାରି ବୁଧବାର କହିଛନ୍ତି। ଭାଇରସ ଯୋଗୁ ଚାଇନାରେ ୧୧ ଶହ ଲୋକ ପ୍ରାଣ ହରାଇସାରିଥିବା ୪୪ ହଜାର ଆକ୍ରାନ୍ତ ହୋଇଛନ୍ତି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଶାଙ୍ଘାଇ ଇଣ୍ଟରନ୍ୟାଶନାଲ ସର୍କିଟ ହେଉଛି ୨୦୨୦ ସିଜନର ଚତୁର୍ଥ ରାଉଣ୍ଡ ରେସ। ୨୦୨୦ ସିଜନରେ ରେକର୍ଡ ୨୨ଟି ରେସ୍‌ ହେବାର ଅଛି। ଏଣୁ ଚାଇନା ରେସ ଥରେ ବାତିଲ ହେଲେ ଆଉ ଅନୁଷ୍ଠିତ ହୋଇପାରିବ ନାହିଁ। କିନ୍ତୁ ଚାଇନିଜ ଇଭେଣ୍ଟ ବାତିଲ ହେଲେ ସିଜନରେ ୪ ସପ୍ତାହର ଖାଲି ସ୍ଥାନ ସୃଷ୍ଟି ହେବ ବୋଲି ଥିବା ମୋଟର ରେସିଂର ପରିଚାଳନା ସଂସ୍ଥା ଫିଆ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, କରୋନା ଭାଇରସ ଯୋଗୁ ବହୁ କ୍ରୀଡ଼ା ଇଭେଣ୍ଟ ବତିଲ ହୋଇସାରିଛି।

Share