Advertisement
Categories: ବାଣିଜ୍ୟ

ବାତ୍ୟା ଅଞ୍ଚଳରେ ବ୍ୟାଙ୍କିଙ୍ଗ ନେଇ ୟୁକୋ ବ୍ୟାଙ୍କର ପଦକ୍ଷେପ

ଭୁବନେଶ୍ୱର,୧୨-୫ : ଫନୀ ଯୋଗୁ ବିଶେଷ ପ୍ରଭାବିତ କଟକ, ପୁରୀ ଏବଂ ଖୋର୍ଦ୍ଧା ଜିଲାରେ ବ୍ୟାଙ୍କିଙ୍ଗ ସେବା ପ୍ରଭାବିତ ହୋଇଛି। ୟୁକୋ ବ୍ୟାଙ୍କ ଏହି ସ୍ଥାନଗୁଡିକରେ କ୍ୟାଶ ଉଠାଣକୁ ସହଜ କରିଛି। ପୁରୀର ଟେମ୍ପୁଲ ଶାଖା, ପୁରୀ ମୁଖ୍ୟ ଶାଖା, କାକଟପୁର, ଡେଲାଙ୍ଗ, ସୁକଳ ଭଳି ଶାଖାଠାରେ ବ୍ୟାଙ୍କ ସେବା ଯୋଗାଣ ଲାଗି ୫ଟି ଭିସ୍ୟାଟ ସଂଯୋଗ କରାଯାଇ ଏଟିଏମ୍‌ ସେବା ଉପଲବ୍ଧ କରାଯାଉଛି। ଅଫଲାଇନରେ  ମଧ୍ୟ ଗ୍ରାହକଙ୍କୁ କ୍ୟାଶ ଉଠାଣ ସୁବିଧା ପ୍ରଦାନ କରାଯାଉଛି। କଲିକତା ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ପୁରୀକୁ ୩ଟି ମୋବାଇଲ ଭ୍ୟାନ ଦିଆଯାଇଛି। ୟୁକୋ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ବାତ୍ୟା ଅଞ୍ଚଳ ବୁଲି ଦେଖିବା ସହ ତ୍ୱରିତ ବ୍ୟାଙ୍କିଙ୍ଗ ସେବାକୁ ଗୁରୁତ୍ୱ ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share