ବାତ୍ୟା ଅପେକ୍ଷା ରାସାୟନିକ ଗ୍ୟାସ୍‌ ଟାଙ୍କି ଭୟ ଅଧିକ

ପାରାଦୀପ,୧ା୫(ସ୍ବ.ପ୍ର.): ଉପକୂଳ ଓଡ଼ିଶାବାସୀଙ୍କ ପାଇଁ ବାତ୍ୟା ସହଜାତ ଓ ଦେହଘଷା ହୋଇଗଲାଣି। ପ୍ରତିବର୍ଷ ପ୍ରାୟତଃ ଛୋଟବଡ଼ ବାତ୍ୟା ଏକାଧିକ ଥର ଆସୁଛି। କିନ୍ତୁ ସେଥିମଧ୍ୟରୁ ୧୯୯୯ ମହାବାତ୍ୟା ଯେଇଁ କ୍ଷତ ଛାଡ଼ି ଦେଇଯାଇଛି, ତାହା ଆଜି ମଧ୍ୟ ଶୁଖିନାହିଁ। ବର୍ତ୍ତମାନ ବାତ୍ୟା ‘ଫନୀ’କୁ ନେଇ ୩ ଦିନ ହେଲା ସତର୍କ ସୂଚନା ଜାରି ହୋଇଛି। ଗଣମାଧ୍ୟମରେ ତାହା ପ୍ରଚାର ପ୍ରସାର ହେବା ପରେ ଲୋକେ ସାମାନ୍ୟ ଆତଙ୍କିତ ହୋଇପଡିଛନ୍ତି। ପାଣିପାଗ ବିଭାଗର ପୂର୍ବାନୁମାନ ହିସାବରେ ୧୮୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। ତେବେ ଏହି ବେଗର ପବନ ସହିତ ସମୁଦ୍ରକୂଳିଆ ଲୋକେ ସାଧାରଣତଃ ଅଭ୍ୟସ୍ତ। କିନ୍ତୁ ବାତ୍ୟା ଆସିଲେ ସେମାନଙ୍କୁ ଆଉ ଏକ ଭୟ ଘାରିଥାଏ। ତାହା ହେଲା ଶିଳ୍ପ ସଂସ୍ଥାର ରାସାୟନିକ ଗ୍ୟାସ ପୂର୍ଣ୍ଣ ଟାଙ୍କି। କାରଣ ୧୯୯୯ ମହାବାତ୍ୟା ପରେ ବିପର୍ଯ୍ୟୟର ଦୁଃଖଠାରୁ ଆମୋନିଆ ଗ୍ୟାସ ନିର୍ଗତ ହେବାର କଷ୍ଟ ବଳିପଡ଼ିଥିଲା। ବାତ୍ୟାର ୮ଦିନ ପରେ ଆମୋନିଆ ଗ୍ୟାସ ନିର୍ଗତ ହେବାରୁ ଲୋକମାନେ ରାତି ଅଧରେ ଘରଦ୍ୱାର ଛାଡ଼ି ୫୦ କିମି ଦୂରକୁ ପଳାଇଥିଲେ। ପାରାଦୀପରେ ୨ଟି ବୃହତ ସାର କାରଖାନା ରହିଛି। ଉକ୍ତ କାରଖାନା ପରିସରରେ ଲକ୍ଷାଧିକ ଟନ୍‌ର ଆମୋନିଆ, ସଲ୍‌ଫ୍ୟୁରିକ ଏସିଡ୍‌, ଫସ୍‌ଫ୍ୟୁରିକ ଏସିଡ୍‌, ପଟାସ ଆଦି ମହଜୁଦ ଅଛି। ଏତଦ୍‌ବ୍ୟତୀରେକ ୧୫୦ରୁ ଊର୍ଦ୍ଧ୍ୱ ବିଶାଳ ତେଲ ଟାଙ୍କି ରହିଛି। ବାତ୍ୟାବେଳେ ବିଦ୍ୟୁତ ସରବରାହ ବନ୍ଦ କିମ୍ବା କିଛି ଅଘଟଣ ଘଟିଲେ ରାସାୟନିକ ଗ୍ୟାସ୍‌ ନିର୍ଗତ ହୋଇ ପାରାଦୀପ ଓ ଏହାର ୪୦ କିମି ଦୂର ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିବ। ସେଥିପାଇଁ ବାତ୍ୟା ଅପେକ୍ଷା ରାସାୟନିକ ଟାଙ୍କି ଭୟ ଅଧିକ ରହିଛି ବୋଲି ସ୍ଥାନୀୟ ବିଜୟଚନ୍ଦ୍ରପୁର ବାସିନ୍ଦା ଜଗନ୍ନାଥ ହାଲଦାର କହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ଖବର ପାଇ ଲୋକେ ମଙ୍ଗଳବାର ସନ୍ଧ୍ୟାରେ ବଜାରରେ ଭିଡ଼ ଜମାଇଛନ୍ତି। ପରିବା ଓ ତେଜରାତି ସଉଦା ଦୋକାନାରେ ଏଭଳି ଭିଡ଼ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri