ବାତ୍ୟା ‘ଅମ୍ଫନ’ର ପ୍ରଭାବ: ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା

କୋଲକାତା,୧୯।୫: ବାତ୍ୟା ‘ଅମ୍ଫନ’ର ପ୍ରଭାବରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଏହା ସ୍ଥଳଭାଗ ଛୁଇଁବା ବେଳେ ବ୍ୟାପକ କ୍ଷୟକ୍ଷତି କରିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇତିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସବୁ ସ୍ଥାନରେ ଉଦ୍ଧାରକାରୀ ଦଳ ମୁତୟନ ରହିଛନ୍ତି। ସୂଚନାଯୋଗ୍ୟ, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ ସୋମବାର ମହାବାତ୍ୟାର ରୂପ ନେଇଥିଲା। ଏହା ୨୦ ତାରିଖ ଅପରାହ୍ନରେ କିମ୍ବା ସନ୍ଧ୍ୟାରେ ବାଂଲାଦେଶର ହାତିଆ ଏବଂ ସୁନ୍ଦରବନ ନିକଟରେ ଲ୍ୟାଣ୍ଡ ଫଲ କରିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ହେଲେ ଏହା ପୂର୍ବରୁ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଆରମ୍ଭ ହୋଇ ଯାଇଛି।

Share