ବାତ୍ୟା ଅମ୍ଫନ ପ୍ରଭାବ: ଆରଡିରେ ଆରମ୍ଭ ହେଲାଣି ବର୍ଷା, ବହୁଛି ୪୦ କି.ମି. ବେଗରେ ପବନ

ଆରଡି,୧୯ା୫, (ଡି.ଏନ.ଏ.)-ଭଦ୍ରକ ଜିଲା ଆରଡି ଓ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ବାତ୍ୟା ଅମ୍ଫନର ପ୍ରଭାବ ଦେଖିବାକୁ ମିଳିଛି। ଅପରାହ୍ନରୁ ଝିପିଝିପି ବର୍ଷା ସାଙ୍ଗକୁ ଘଣ୍ଟାକୁ ପ୍ରାୟ ୪୦ କି.ମି. ବେଗରେ ପବନ ବହିବା ଆରମ୍ଭ ହୋଇଯାଇଛି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ, ପାଳସାହି, ରଇପୁର, ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତରେ ସୋମବାରଠାରୁ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ସେହିପରି ଅଙ୍ଗନଓ୍ବାଡି କର୍ମୀମାନେ ଘର ଘର ବୁଲି ସଚେତନ କରୁଥିବା ଦେଖିବାକୁ ମିଳିଛି। ବୁଧବାର ସା ପର୍ଯ୍ୟନ୍ତ ସମସ୍ତେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।