Posted inକଟକ

ବାତ୍ୟା ଅମ୍ଫନ ମୁକାବିଲା ପାଇଁ ସଦର ବିଧାୟକଙ୍କ ସମୀକ୍ଷା

ନିଶ୍ଚିନ୍ତକୋଇଲି,୧୯।୫(ସ୍ବ.ପ୍ର)-ସମ୍ଭାବ୍ୟ ବାତ୍ୟା ଅମ୍ଫନ୍‌କୁ ଦୃଷ୍ଟିରେ ରଖି ମଙ୍ଗଳବାର ନିଶ୍ଚିନ୍ତକୋଇଲି ବ୍ଲକ ତଥା କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୧୪ ପଞ୍ଚାୟତକୁ ନେଇ କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା ଏକ ସମୀକ୍ଷା ବୈଠକ କରିଛନ୍ତି। ନିଶ୍ଚିନ୍ତକୋଇଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ସବିତା ଓଝା ଅଧ୍ୟକ୍ଷତା କରିଥିଲେ। ପଞ୍ଚାୟତରେ ସ୍ବାସ୍ଥ୍ୟସେବା ଠିକ୍‌ ଅଛି କି ନାହିଁ, ରିଲିଫ୍‌ ସାମଗ୍ରୀ ତଥା ଜରୁରୀକାଳିନ ସେବା ପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଛି ଉପସ୍ଥିତ ଅଫିସରଙ୍କ ସହ ବିଧାୟକ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଡିଓ କର୍ଣ୍ଣଦେବ ସମାଦ୍ଦାର, ତହସିଲଦାର ଜିତେନ୍ଦ୍ର ପାତ୍ର, ଏବିଡିଓ ସୁଶାନ୍ତ ରଣା, ମେଡିକାଲ ଅଫିସର ଅମିତ୍‌ ଜେନା, ବ୍ଲକ ସହକାରୀ ଯନ୍ତ୍ରୀ ଅଶୋକ ନାୟକ, ବେଳାଭୂମି ସାହୁ, ସମତା ଦେବତା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ସରପଞ୍ଚ ସରୋଜ ବେହେରା, ମିନକେତନ ସ୍ବାଇଁ, ସରପଞ୍ଚ ପ୍ରତିନିଧି ନୃସିଂହଚରଣ ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ରାଜ୍ୟ ସରକାର, ନାଲ୍‌କୋ, ଇଡ୍‌କୋକୁ ନୋଟିସ

କଟକ,୨୫ା୯ (କାର୍ତ୍ତିକ ସାହୁ):କଳିଙ୍ଗ କୋଲ ମାଇନ୍ସ ପାଇଁ ଅଧିଗୃହୀତ ଜମି ନାଲକୋ ରେଲଓ୍ବେ ସାଇଡିଂ ନିମନ୍ତେ ବ୍ୟବହାର କରାଯିବା ବିରୋଧରେ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

କଟକରେ ସୀମା ଟପିଲା କଳାବଜାର: ଏହି ସବୁ ଜିଲାରେ ହେଉଥିଲା ବିକ୍ରି

କଟକ,୨୩।୯: ଅତୀତରେ କଟକରୁ ଖାଇବା ଘିଅ, ଡିଟରଜେଣ୍ଟ ପାଉଡରଠାରୁ ଆରମ୍ଭ ନାନା ପ୍ରକାର ଖାଦ୍ୟ ସାମଗ୍ରୀର ଅପମିଶ୍ରଣ କରାଯାଉଥିବା ଦେଖିବାକୁ ମିଳିଥିଲା। ଏବେ କିଛି ଖଳ...

ବିରୂପା ବ୍ରିଜ୍‌ ଉପରେ  ସାଇକେଲ୍‌ ମୋବାଇଲ ରଖି …

କଟକ,୨୩।୯: ବିରୂପା ନଦୀକୁ ଡେଇଁ ଜଣେ ଛାତ୍ର ନିଖୋଜ ଅଛନ୍ତି। ଏଯାବତ୍‌ ତାଙ୍କର କୌଣସି ପତ୍ତା ମିଳିନାହିଁ। ଏପରି ଦୁଃଖଦ ଘଟଣା ଘଟିଛି କଟକ ଜିଲାରେ।...

ମେଜର, ପୀଡ଼ିତାଙ୍କ ନାଁ ପ୍ରକାଶ ନ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୩ା୯: ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ପୀଡ଼ିତା ଓ ମେଜରଙ୍କ ନାଁ ଗଣମାଧ୍ୟମରେ ପ୍ରକାଶ କରିବାକୁ ବାରଣ କରିଛନ୍ତି ହାଇକୋର୍ଟ।...

ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ଜାଲ୍‌ ଚିଠି

କଟକ,୨୨ା୯(କାର୍ତ୍ତିକ ସାହୁ): ଓଡ଼ିଶା ଷ୍ଟେଟ ବାର୍‌ କାଉନ୍‌ସିଲ୍‌ ନାମରେ ମୁଖ୍ୟମନ୍ତ୍ରୀଙ୍କୁ ମିଥ୍ୟା ଚିଠି ପ୍ରେରଣ କରାଯାଇଛି। ଉକ୍ତ ଚିଠିରେ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ବାସ୍ଥ୍ୟସେବା କେନ୍ଦ୍ରର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri