ଭୁବନେଶ୍ୱର, ୨୮।୫(ବ୍ୟୁରୋ): ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ବାତ୍ୟା ‘ଅମ୍ଫନ’ର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସେ ଏହି ଟଙ୍କା ଦାନ କରିଛନ୍ତି। ଅନ୍ୟମାନେ ଏଥିପାଇଁ ଆଗେଇ ଆସିବାକୁ ରାଜ୍ୟପାଳ ଆହ୍ବାନ ଦେଇଛନ୍ତି। ପୂର୍ବରୁ କରୋନା ମୁକାବିଲା ପାଇଁ ମଧ୍ୟ ରାଜ୍ୟପାଳ ୨୧ ଲକ୍ଷ ଟଙ୍କା ଦାନ କରିଥିଲେ।